
ନୂଆପଡ଼ା,ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ଆଦିମ ଜନଜାତି ପହରିଆଙ୍କ ଜୀବନ ଜୀବିକା ନେଇ ରାଜ୍ୟ ବାହାରେ କର୍ମ ସଂସ୍ଥା ପାଇଁ ଦାଦନ ରୂପେ ଯାଇଥାନ୍ତି। ଗତ କାଲି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଅଛି। ଲାଠୋରର ଜଣେ ଦାଦନ ସରଦାର ତାଙ୍କୁ ତେଲେଙ୍ଗାନା ନେଇ ଯାଉଥିବା ବେଳେ ଆନ୍ଦ୍ରପ୍ରଦେଶ ଗୁଡୁର ଠାରେ ଓହ୍ଲାଇଥିଲେ। ପରେ ରେଲ ଚଢି ନଥିବା ବେଳେ ତାଙ୍କ ପରିବାର ସ୍ତ୍ରୀ ଏବଂ ସନ୍ତାନ ତେଲେଙ୍ଗାନ ପହଁଚି ଯାଇଛନ୍ତି। ସେଠାରେ ତାଙ୍କ ସ୍ତ୍ରୀ ଜାଣିବାକୁ ପାଇଛନ୍ତି ଯେ ସ୍ବାମୀ ଜୟ ସିଂ ର ମୃତ୍ୟୁ ହୋଇଅଛି। ଅଜଣା ରାଜ୍ୟରେ ମୃତ ଦେହ ଏବଂ ଅନ୍ୟ ଏକ ରାଜ୍ୟରେ ସ୍ତ୍ରୀ ଓ ସନ୍ତାନ। ଏଭଳି ପରିସ୍ଥିତିରେ କରିବ କଣ। ସ୍ତ୍ରୀ ଏବଂ ସନ୍ତାନକୁ ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ।