ଭୁବନେଶ୍ୱର,ନଭେମ୍ବର ୨୬ ତାରିଖକୁ ସମଗ୍ର ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ସମ୍ବିଧାନ ହେଉଛି ଆତ୍ମା । ଏହା ଏକ ଜୀବନ୍ତ ଦସ୍ତାବିଜ୍ । ଜାତି, ବର୍ଣ୍ଣ, ଧର୍ମ, ଭାଷା, ସଂସ୍କୃତି ନିର୍ବିଶେଷରେ ସମଗ୍ର ଭାରତ ବର୍ଷକୁ ଐକ୍ୟ ଏବଂ ସଂହତି ମଧ୍ୟରେ ବାନ୍ଧି ରଖିବାରେ ସମ୍ବିଧାନର ଭୂମିକା ରହିଥିବା କର୍ମଚାରୀମାନଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ସମ୍ବିଧାନର ପ୍ରସ୍ତାବନାକୁ ଶପଥପାଠ ଭାବେ ସମସ୍ତ କର୍ମଚାରୀ ପଠନ କରିଥିଲେ । ଏହାକୁ ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ରାଜେନ୍ଦ୍ର ନାରାୟଣ ଜେନା ପରିଚାଳନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପଶାସନ ସଚିବ ଶୈଳେନ୍ଦ୍ର ନାରାୟଣ ନାୟକ, କୁମୁଦ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସାହୁ ଓ ଅନ୍ୟସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 22, 2024