
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ମହାଲେଖାକାର କାର୍ଯ୍ୟାଳୟ ପୁରୀ ଶାଖା ପକ୍ଷରୁ ଅଡିଟ ସପ୍ତାହ 2022 ପୁରୀ କାର୍ଯ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆ, ଅନନ୍ତ କିଶୋର ବେହେରା, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଉପ ମହାଲେଖାକାର ଏସ. ମନନ ମଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଉଦଘାଟନୀ ଅଭିଭାଷଣରେ ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ପୁରୀ କାର୍ଯ୍ୟାଳୟର କର୍ମଚାରୀମାନେ କଠିନ ପରିଶ୍ରମ କରି ଭଲ ଅଡିଟ ରିପୋର୍ଟ ଦେଉଛନ୍ତି ଯାହାଫଳରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଯୋଜନାକୁ କାର୍ଯ୍ୟକାରୀ ସଂସ୍ଥାଙ୍କ ମନରେ ଛନକା ପଶିବ ସହ ଦୁର୍ନୀତି କମୁଛି ବୋଲି ପ୍ରକାଶ କରିଥିଲେ l ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଆଗାମୀ ଦିନରେ ଜନ ଅଡିଟ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ଓ ଏଥିପାଇଁ ଜନସାଧାରଣଙ୍କୁ ସଚେତନ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମତ ପ୍ରକାଶ କରିଥିଲେ | ମହାଲେଖାକାର ଶ୍ରୀ ଜାଦୋନ ଦୁର୍ନୀତି ରୋକିବା ପାଇଁ ଜନସାଧାରଣଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ଓ ତୃଣମୂଳ ସ୍ତରରେ ଦୁର୍ନୀତିର ସେମାନେ ମୁକସାକ୍ଷୀ ବୋଲି ପ୍ରକାଶ କରିଥିଲେ l ସେମାନଙ୍କ ବିନା ଏକ ଉତ୍ତମ ଅଡିଟ ରିପୋର୍ଟ ହୋଇପାରିବ ନାହିଁ ବୋଲି କହିଥିଲେ l ଏହି ଅବସରରେ ଭିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ, ଶ୍ରୀ ବେହେରା ଓ ଶ୍ରୀ ଜାଦୋନ ପୁରସ୍କାର ପ୍ରଦାନ କରିଥିଲେ l ଅଡିଟ ସପ୍ତାହ 2022 ସ୍ମୃତିରେ ତିନ ମହାଲେଖାକାର କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ l ଶେଷରେ ଉପ ମହାଲେଖାକାର ରାଧିକା ସୁରେଶ ଧନ୍ୟବାଦ ଅର୍ପଣ କରିଥିଲେ l ନୀଳାଦ୍ରି ବିଚରେ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଦ୍ୱାରା ସମୁଦ୍ର କୂଳ ସଫେଇ କରାଯାଇଥିଲା l ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଡିଟ ସପ୍ତାହ ଉପଲକ୍ଷେ କରିଥିବା ବାଲୁକା କଳାକୁ ପ୍ରଧାନ ମହାଲେଖାକାର ଶ୍ରୀ ବସନ୍ତିଆ ଓ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଥିଲେ l ଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କୁ ମହାଲେଖାକାର ସମ୍ବର୍ଦ୍ଧିତ କରିଥିଲେ l