
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀମନ୍ଦିରରେ ଦେବ ଦୀପାବଳିର ତୃତୀୟ ଦିଵସ ରେ ଶ୍ରି ଜଗନ୍ନାଥ ସେବା ସଂସ୍ଥାନ “ବିଶ୍ଵ ସନାତନ ପୀଠ ସୁରକ୍ଷା ମଞ୍ଚ ପକ୍ଷରୁ” ଜଗତ କଲ୍ଯାଣ ଉଦ୍ଦେଶ୍ୟ ରେ ସିଂହଦ୍ଵାର ଠାରେ ମହାପ୍ରଭୁ ଙ୍କ ତୁଷ୍ଟି ନିମନ୍ତେ କରାଯାଇଥିବା ଦୀପ ଦାନ ଉତ୍ସବ ପାଳନ କରାଯାଇଅଛି |
ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ସେବାୟତ, ବିଭିନ୍ନ ଅନୁଷ୍ଠାନର ସଦସ୍ୟା,ସଦସ୍ୟ ଓ ମଠାଧୀଶ , ଜାଗା ଆଖଡା ସଦସ୍ୟ, ସାମଜିକ କର୍ମୀ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିଵା ମନ୍ଦିର ମାନଙ୍କର ସଦସ୍ୟ, ବୁଦ୍ଧି ଯିବି ମାନେ ଯୋଗଦାନ କରିଥିଲେ |
ତିନି ଦିନ ଧରି ଜଳୁଥିବା ଅଖଣ୍ଡ ଦୀପ ପାଖରେ ମହାପ୍ରଭୁ ଙ୍କ ଉଦ୍ଦେଶ୍ଯ ଦୀପ ଜଳାଇବା ସହିତ ଜଗନ୍ନାଥ ଅଷ୍ଟକମ, ଗୀତଗୋବିନ୍ଦ ପାଠ କରିଥିଲେ |
ଶ୍ରାଦ୍ଧ ଉତ୍ସବ ରେ ପ୍ରଭୁ ଙ୍କ ଚଳନ୍ତି ପ୍ରତିମା ସହିତ ଜଗନ୍ନାଥ ବଲ୍ଲଭକୁ ପ୍ରଭୁଙ୍କ ନାମ ସ୍ମରଣ କରି ଭାବଭକ୍ତି ପୂର୍ଣ୍ଣ ପରିବେଶରେ ସେଠାରେ ଉପସ୍ଥିତ ରହିଥିଲେ |ଏଥି ସହିତ ଶ୍ରୀମନ୍ଦିର ରେ ଦେବ ଦୀପାବଳିକୁ ନେଇ ଏକ ଅଲୋଚନା ଚକ୍ର କରାଯଇଥିଲା | ସେଠାରେ ଦେବ ଦୀପାବଳି ପାରଂପରିକ ଉପରେ ଆଲୋଚନା କରାଯାଇଥିଲା |
ଛତିଶା ନିଯୋଗ ମହାନାୟକଙ୍କ ଦନାର୍ଦ୍ଧନ ପାଟ୍ଟଯୋଶୀ,ବରିଷ୍ଟ ସେବାୟତ ପାଗି ମହାପାତ୍ର,ମହନ୍ତ ସ୍ଵାମୀ ଶିବା ନନ୍ଦ,ଉମାକାନ୍ତ ଦାଶ୍ ମହାରାଜ,ନୀଳ ମଣି ଗୁରୁ ବଳ ରାମ ଦାସ ଗୋସ୍ଵାମୀ,
ଜିତେନ୍ଦ୍ର ମହାପାତ୍ର,ଗୌରୀ ଶଙ୍କର ସିଂହାରୀ,ଦୟାନିଧି ପଣ୍ଡା, ଶଶୀକାନ୍ତ ରଥ, ଗଣେଶ ମହାସୁଆର, ମନୋଜ କୁମାର ପାଲୋ ପ୍ରେମାନନ୍ଦ, ଶେଖର ସମାନ୍ତରା, ରାମ ଚନ୍ଦ୍ର ଦାସ,ସବ୍ୟସାଚୀ ପଣ୍ଡା,ବାବି ମହାପାତ୍ର, ମନୋଜ ରଥ, ଅର୍ଚିତା, ଗୌରୀ ଶଙ୍କର ସିଂହାରୀ, ନରେନ୍ଦ୍ର ମହାନ୍ତି, ମହାବୀର ସିଂହାରୀ, ଅଶ୍ୱିନ ମୁଦାଲୀ, ଭୀମସେନ୍ ବେହେରା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ରବିନାରାୟଣ ପୂଜା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |