
ପୁରୀ ,ସ୍ୱାଧୀନତା ର 75ବର୍ଷ ପରେ ବି ପୁରୀ ଜିଲ୍ଲା ର କୃଷ୍ଣ ପ୍ରସାଦ ଲକ୍ଷ ଲକ୍ଷ ଲୋକେ ଜିଲ୍ଲା ସଦର ମହକୁମା ଓ ସେପଟେ 7 ପଂଚାୟତ ଲୋକେ ବ୍ଲକ କୁ ଯାତାୟାତ ପାଇଁ ସ୍ଥାୟୀ ପୋଲ ଟିଏ ପାଇଲେ ନାହିଁ |ଚିଲିକା ର ଏକ ପାର୍ଶ୍ଵ ରେ ଥିବା ନାଳ କୁ ପାର ହେବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡେ |ବନ୍ୟା, ବାତ୍ୟା, ଝଡ ପବନ ରେ ଯୋଗାଯୋଗ ଠପ ହୋଇଯାଏ | ପରିବେଶ ନାଁ ରେ ସରକାର ଉପକୂଳ ଜାତୀୟ ରାଜପଥ ର ଦିଗ ପରିବର୍ତ୍ତନ କରି ଟାଙ୍ଗୀ ରୁ ରତନ ପୁର ନେଇଗଲେ | ବର୍ତମାନ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗୋପାଳପୁର ବନ୍ଦର ରୁ ସାତପଡ଼ା କୁ ସଂଯୋଗ ପାଇଁ ପ୍ରସ୍ତାବ ରଖିଛନ୍ତି | ଡ଼ି. ପି ଆର ପ୍ରସ୍ତୁତ ହୋଇଛି. ଜୈବ ବିଭିଧତା ଦୃଷ୍ଟିରୁ ସାତପଡ଼ା ରୁ ବ୍ରହ୍ମପୁର ଓ ମହିଁସା ରୁ ଜନହିକୁଦା ପର୍ଯ୍ୟନ୍ତ ଚିଲିକା ର ନାଳରେ ଦୁଇଟି ସିଗଂନେଚର ବ୍ରିଜ ନିର୍ମାଣ ହେଲେ ମାଛ ଚିଙ୍ଗୁଡ଼ି ଡ଼ଲଫିନ ଜଳଯିବ ଅବାଧ ରେ ଚଳ ପ୍ରଚଳ କରିବେ | ଭସା ପୋଲ ଓ ଡ଼ଙ୍ଗା ମେସିନ ରୁ ନିର୍ଗତ ତେଲ ଓ ମୋଟର ଫ୍ୟାନ ଦ୍ୱାରା ଜଳ ଜୀବ ମାଛ ଚିଙ୍ଗୁଡ଼ି ମୁର୍ତ୍ୟୁ ମୁଖରେ ପଡିବେନି |ପରିବେଶ ଓ ପର୍ଯ୍ୟାବରଣ ନାଁ ରେ ବହୁ ପ୍ରତିକ୍ଷୀତ ପୋଲ ନିର୍ମାଣ କୁ ରୋକ ଲଗାଇବା ଜନ ବିରୋଧୀ | ଏହା ବିରୁଦ୍ଧରେ ଜହ୍ନିକୁଦା ସତପଡା ସେତୁ ନିର୍ମାଣ ସମିତି ର ଶହ ଶହ ଲୋକେ ଡାକ୍ତରଖାନା ଛକରୁ ପଟୁଆର ରେ ଆସି ଜିଲ୍ଲାପାଳ ଅଫିସ ରେ ଗଣ ବିକ୍ଷୋଭ କରି ଥିଲେ | ଗୋପାଳପୁର ରୁ ସାତପଡ଼ା ଜାତୀୟ ରାଜପଥ ନିର୍ମାଣ ସହ ଚିଲିକାର ଏକ ପାର୍ଶ୍ୱ ରେ ଥିବା ଦୁଇଟି ନାଳ ରେ ଛୋଟ ବ୍ରିଜ କରିବାପାଇଁ ଦାବୀ କରିଛନ୍ତି |ଗତ ବର୍ଷ ରୁ ସ୍ଥିରୀକୃତ ହୋଇଥିବା ପରିବେଶ ଓ ଜାତୀୟ ରାଜପଥ ବିଭାଗ ର ସବ କମିଟି ଆସି କ୍ଷେତ୍ର ପରିଦର୍ଶନ ଜଲଦି କରି ରିପୋର୍ଟ ଦେବା ପାଇଁ ଜାତୀୟ ରାଜପଥ ମନ୍ତ୍ରୀ ଓ ପରିବେଶ ବିଭାଗ ର ଚେୟାରମ୍ୟାନ ଙ୍କୁ ଦାବୀ ପତ୍ର ଦିଆଯାଇଛି |ବ୍ରିଜ ନିର୍ମାଣ ହେଲେ, ଅର୍ଥନୀତି ,ଯୋଗାଯୋଗ, ଚିଲିକା ଜାତୀୟକାର ବିକାଶ ସହ ପର୍ଯ୍ୟଟନ ର ବିକାଶହେବ ଓ ପରିବେଶ ସନ୍ତୁଳିତ ହୋଇ ପାରିବ ବୋଲି ସମିତି ର ସଭାପତି ଡକ୍ଟର ଅଭିମନ୍ୟୁ ଜେନା, ସମ୍ପାଦକ ଶରତ କୁମାର ରାୟଗରୁ କହିଛନ୍ତି |ଜିଲ୍ଲାପାଳ ଅବସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ ମଧ୍ୟ ଏକ ରିପୋର୍ଟ ପରିବେଶ ବିଭାଗ କୁ ଦେଇ ସବକମିଟି ଆଣିବା ପାଇଁ ମଧ୍ୟ ଦାବୀ କରାଯାଇଛି |ଏଥିରେ କେଳୁଚରଣ ଜେନା, ଦେବେନ୍ଦ୍ର ନାଥ ତରେଇ, ନବୀନ ଜେନା,ମନୋଜ ସାହୁ,ସତ୍ୟ ଜେନା,ବିଜୟ ତରେଇ ହେମନ୍ତ ଜେନା ବାନାମ୍ବର ବାରିକି, ରାଜ କିଶୋର ବିଶ୍ୱାଳ,ଲଷ୍ମୀ ଧର ସାହୁ, ଲଷ୍ମୀ ଚରଣ ବିଶ୍ୱାଳ, ଦାମ ଜେନା, କବିରାଜ ମାଝୀ,ରଂଜିତ ମହାନ୍ତି, ଭକ୍ତି ପଲେଇ, ଉମାକାନ୍ତ ଜେନା, ପ୍ରହଲ୍ଲାଦ କରଣ, ନଳିନୀ କାନ୍ତ ଜେନା ପ୍ରମୁଖ ବକ୍ତ୍ୟବ୍ୟ ରଖିଥିଲେ |