
ପୁରୀ ,ପୁରୀ ମାରୁତି ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଡା. ମହେଶ୍ବର ଦାଶ , ସଭାପତି ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମୁଦୁଲି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ସମାରୋହକୁ ଉଦଘାଟନ କରିଥିଲେ। ଏଥିରେ ବିଭିନ୍ନ ବିଭାଗରେ ୨୪୦ ଜଣ ଶିଶୁ ଭାଗ ନେଇ ୧୮୧ ଜଣ ଶିଶୁ କୃତିତ୍ୱ ହାସଲ କରିଥିଲେ। ଉଦ୍ ଯାପନ ସମାରୋହରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଜିତେନ୍ଦ୍ର ମହାପାତ୍ର ରାଜ୍ୟ ସଭାପତି “ଆପଣଙ୍କ ସେବାରେ” ଶ୍ରୀଯୁକ୍ତ ବିଜୟ କୃଷ୍ଣ ବ୍ରହ୍ମା ସଂପାଦକ ଭାରତୀୟ ଚର୍ତୁଧାମ ବେଦଭବନ ବିଦ୍ୟାଳୟ, ପୁରୀ ଡା. ମହେଶ୍ବର ଦାଶ, ସଭାପତି ଓ ପରିଚାଳନା ସମିତି ସଦସ୍ୟ ଶ୍ରୀଯୁକ୍ତ ସାରଙ୍ଗଧର ଷଡ଼ଙ୍ଗୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ଯୋଗଦାନ କରି କ୍ରୀଡା ମାଧ୍ୟମରେ ନିଜକୁ କିପରି ସୁସ୍ଥ ରଖି ପାରିବ ଓ ଆଗାମୀ ପିଢ଼ିକୁ ସଂସ୍କାରମୂଳକ ଶିକ୍ଷା ଦେଇ ସତ୍ୟପଥରେ ଶିଶୁ ଅନୁପ୍ରାଣିତ ହେବାକୁ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନିବେଦନ କରିଥିଲେ। ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା କ୍ରୀଡା ପରିଚାଳନା କରୁଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ ।