
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଓଥକା ୟୁଜିୟୁପି ବିଦ୍ୟାଳୟ ପରିସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ର ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ କାକଟପୁର ବ୍ଲକ ଶିକ୍ଷା ଅଧିକାରୀ ସଭାପତିତ୍ବ କରିଥିବା ବେଳେ ସି.ଆର.ସି.ସି ସନ୍ତୋଷ କୁମାର ସାହୁ,ପ୍ରଶିକ୍ଷକ ଶୁଭଶ୍ରୀ ମଲ୍ଲିକ, ଅଲେଖ ସାହୁ, କଲ୍ୟାଣୀ ବାନା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ। ଏହି ତାଲିମ୍ ଶିବିର ରେ ୩୦ଜଣ ଅଭିଭାବକ ୨୦ଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ତାଲିମ୍ ଶିବିର ରେ ବରିଷ୍ଠ ଶିକ୍ଷକ ହୃଦାନନ୍ଦ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ତ୍ରିଲୋଚନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ହାତ ପାହାନ୍ତରେ ଅଛି ବୋଲି ପ୍ରଶିକ୍ଷକ ଶୁଭଶ୍ରୀ ମଲ୍ଲିକ ଫୁଖାନୁଫୁଖ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମନ୍ଦରଧର ମହାନ୍ତି ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଶିକ୍ଷକ ଅଭିଭାବକ ମାନଙ୍କୁ ଆହ୍ବାନ କରିଥିଲେ।