
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ପୁରୀ ଏସ୍ପି ଡକ୍ଟର କନୱାର ବିଶାଲ ସିଂ ଏପରି ନିର୍ଦ୍ଦେଶ ଦେଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି।