କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଓଡିଶା ସାମ୍ବାଦିକ ସଂଘ (ଓ. ଜେ. ୟୁ ), ପୁରୀଜିଲ୍ଲା ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଦଶ ଦଫା ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରାଯାଇଛି | ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଦାବିପତ୍ର ଗ୍ରହଣ କରିଥିଲେ |ଦାବିମାନଙ୍କ ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ୱାସ୍ଥ୍ୟବୀମା ପାଞ୍ଚ ଲକ୍ଷ ଟଙ୍କା କୁ ବୃଦ୍ଧି, ସାମ୍ବାଦିକ ଙ୍କ ମୁର୍ତ୍ୟୁକାଳୀନ ଆର୍ଥିକ ସହାୟତା ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି ପାଇଁ ଦାବୀ କରାଯାଇଛି |ସାମ୍ବାଦିକମାନେ କାର୍ଯ୍ୟ କରିବାପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ. ଓ. ପି )ପ୍ରଣୟନ, ଅବସର କାଳୀନ ଭତ୍ତାପ୍ରଦାନ, ବ୍ୟାଙ୍କ ଋଣ ସରଳିକରଣ, ଜିଲ୍ଲା, ବ୍ଲକ, ଉପଖଣ୍ଡ ସାମ୍ବାଦିକ ମାନଙ୍କୁ ସାମ୍ବାଦିକ ଅଧୀସ୍ୱୀକୃତି ନୀତି ରେ ସାମିଲ କରାଯାଉ |ସାମ୍ବାଦିକ ମାନଙ୍କ ପାଇଁ ପ୍ରେସ କଲୋନୀ ପ୍ରତିଷ୍ଠା,ସରକାରୀ ବିଜ୍ଞ୍ୟାପନରୁ ଦୁଇ ପ୍ରତିଶତ ଲେଭି କାଟି ସାମ୍ବାଦିକ କଲ୍ୟାଣ ପାଣ୍ଠି ରେ ବ୍ୟବହାର କରାଯାଉ |ସାମ୍ବାଦିକ କମିଟି ଗଠନ କରାଯାଉ |ଦାବିପତ୍ର ଦେବାସମୟ ରେ ଜିଲ୍ଲା ସଭାପତି ବିଜୟ ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, କାର୍ଯ୍ୟକାରୀ ସଭାପତି ଅକ୍ଷୟ ସ୍ୱାଇଁ,ପ୍ରଦୀପ ପ୍ରଧାନ,ବିକ୍ରମ କେଶରୀ ଆଚାର୍ଯ୍ୟ,ସତ୍ୟନାରାୟଣ ପଟ୍ଟନାୟକ, ଦିବ୍ୟରଞ୍ଜନ ବିଶୋଇ, ସଞ୍ଜୟ ଅଗ୍ରୱାଲ, ସୁଶାନ୍ତ ସାହୁ, ଆଇନ ଉପଦେଷ୍ଟା ରାମଚନ୍ଦ୍ର ମହାପାତ୍ର ଓ କର୍ଣ୍ଣବୀର ମହାପାତ୍ର ଓ ଅନ୍ୟସଭ୍ୟମାନେ ଉପସ୍ଥିତ ଥିଲେ |
Related Stories
November 25, 2024