-
ଶ୍ରୀଜଗନ୍ନାଥଙ୍କ ମନ୍ଦିର ରେ ମୋବାଇଲ ସଂପୂର୍ଣ୍ଣ ନିଷେଧ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୋଲିସ ଓ ଜଗନ୍ନାଥ ମନ୍ଦିର ପୋଲିସ ର କଡ଼ା ତନଖି ସତ୍ତ୍ୱେ କିପରି ଶ୍ରୀମନ୍ଦିର ଭିତରେ ରହୁଛି ଏକହଜାର ମୋବାଇଲ। କିପରି ଉଠୁଛି ଗର୍ଭଗୃହ ଓ ମନ୍ଦିର ଭିତର ଫଟୋ ହେଉଛି ଭାଇରାଲ। ଶ୍ରୀଜଗନ୍ନାଥଙ୍କ ମନ୍ଦିର ଉପରେ ରହିଛି ଆତଙ୍କବାଦୀଙ୍କ ଆଖି। ଯଦି କେହି ବିଧର୍ମୀ ଇଛା କରନ୍ତି, ତେବେ ମୋବାଇଲ ବୋମା ବିସ୍ଫୋରଣ ରେ ନିମିଷକେ ଧୂଳିସାତ ହୋଇଯିବ ଶ୍ରୀମନ୍ଦିର। ଏଣୁ ଜଗନ୍ନାଥ ପ୍ରିୟ ସରକାର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ପାଇଁ ଶ୍ରୀମନ୍ଦିରରେ ମୋବାଇଲ ସଂପୂର୍ଣ୍ଣ ନିଷେଧ କରିବାକୁ କୋଟିକୋଟି ଜନସାଧାରଣ ଓ ଭକ୍ତଙ୍କ ପକ୍ଷରୁ ଦାବି କରିଛି ଓଡ଼ିଶା ଯୁବ ଚେତନା ସଂଗଠନ ଓ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶା। ଅନୁଷ୍ଠାନ ର ରାଜ୍ୟ ସଭାପତି ବଦ୍ରି ମିଶ୍ର ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଏଥିସହ ଶ୍ରୀମିଶ୍ର ଜଣାଇଛନ୍ତି ଯେ ଵିଶ୍ଵଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୂ ଭଲପାଉଥିବା ପ୍ରତିଟି ଜନସାଧାରଣ , ଶ୍ରୀମନ୍ଦିର କୁ ମୋବାଇଲ ନନେବା ପାଇଁ ସଂକଳ୍ପବଦ୍ଧ ହେବା ହିଁ ପ୍ରଧାନ ଓ ପ୍ରଥମ ଆବଶ୍ୟକତା।