କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଭାରତର ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ |ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସାରା ବିଶ୍ବର କୋଣ ଅନୁକୋଣରୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି ହେଲେ ବିଡମ୍ବନାର ବିଷୟ ପୁରୀର ବିଭିନ୍ନ ସ୍ଥାନର ରାସ୍ତା କଡରେ ଏବଂ ରାସ୍ତା ଅବରୋଧ କରି ସର୍ବସାଧାରଣରେ ଅବୈଧ ଆମିଷ ବିକ୍ରି ଉପରେ ପ୍ରଶାସନ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ଯାହାକି ନିନ୍ଦନୀୟ |ଏଭଳି ରାସ୍ତା କଡରେ ଆମିଷ ବିକ୍ରି କରାଯିବା ଦ୍ୱାରା ଅନେକ ସମୟରେ ଯାତାୟାତ କରୁଥିବା ବ୍ୟକ୍ତି ଦୃଘଟଣାର ଶିକାର ହେଉଛନ୍ତି ଏବଂ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଦେଇଛି |ଯଥା ଏସ ସି ଏସ କଲେଜ ସମ୍ମୁଖ, ଗୋପାଳ ବଲ୍ଲଭ ରୋଡ଼, ବାସେଳୀ ସାହି ଥାନା ସମ୍ମୁଖ ଅଞ୍ଚଳ, ମଙ୍ଗଳା ଘାଟ ରୁ ବ୍ରହ୍ମଗିରି ରାସ୍ତା କଡରେ, ଷ୍ଟେସନ ରୋଡ଼ରୁ ଅର୍ବାନ ହାଟ ରାସ୍ତା କଡ, ବିଧବା ଆଶ୍ରମ ଛକ, ସ୍ୱର୍ଗଦ୍ୱାର ଅଞ୍ଚଳ ଭଳି ପୁରୀର ଅନେକ ସ୍ଥାନରେ ଅବୈଧ ଆମିଷ ବିକ୍ରି ହେଉଛି |ରାସ୍ତା କଡରେ ଆମିଷ ବିକ୍ରି ଦ୍ୱାରା ଖାଦ୍ୟ ଅନ୍ୱେଶ୍ୱଣରେ କାଉ, କୁକୁର, ବିରାଡ଼ି ଭଳି ଜୀବ ମାନଙ୍କର ପାଦ୍ରୁଭାବ ବଢୁଛି |
ଏଥିସହିତ ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଶ୍ରଦ୍ଧାଳୁ, ଜଗନ୍ନାଥ ପ୍ରେମୀ, ଇସ୍କନ ଭକ୍ତ, ମାରୱାଡି ସମାଜ ଭକ୍ତ ଙ୍କ ଭଳି ସାକାହାରୀ ଭୋଜନ କରୁଥିବା ଭକ୍ତଙ୍କ ଧାର୍ମିକ ଭାବନାକୁ କେଉଁଠି ନା କେଉଁଠି ଆଘାତ ଦେଉଛି |ଆମିଷ ବିକ୍ରି କରି ସାରିବା ପରେ ଆମିଷ ପାଣି ରାସ୍ତାକୁ ପକାଇବା, କାଉ କୁକୁର ମାଛ କତି, ପୁଟା କୁ ଆଣି ରାସ୍ତାରେ ଖାଇବା ଭଳି ଦୃଶ୍ୟ ଅନେକ ସମୟରେ ଦେଖିବାକୁ ମିଳେ ଯାହାକି ମନ୍ଦିରକୁ ଶୁଦ୍ଧ ପୂର୍ତ୍ତ ଭାବେ ଦର୍ଶନ ଏବଂ ପୂଜା ପାଇଁ ଖାଲି ପାଦରେ ଯାଉଥିବା ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି |ଏଥି ସହିତ ଆଗାମୀ ପିଢ଼ିଙ୍କ ପାଇଁ ରାସ୍ତା କଡରେ ଆମିଷ ବିକ୍ରି ନୃଶଂସତା ଭାବନା ସୃଷ୍ଟି କରୁଛି |ସେହିଭଳି ସମୁଦ୍ର ତଟକୁ ମହୋଦଧି ଵା ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ଭାବେ ଭାବୁଥିବା ବେଳେ ମହୋଦଧି ସ୍ନାନ ଏବଂ ସମୁଦ୍ର ତଟରେ ମହୋଦଧି ଆଳତି ଜଗତଗୁରୁ ଶଙ୍କରାଚାର୍ଯ୍ୟ କରିଥାନ୍ତି କିନ୍ତୁ ସେହି ସମୁଦ୍ର କୂଳରେ ସନ୍ଧ୍ୟା ବେଳେ ଅବୈଧ ଆମିଷ ବିକ୍ରି କେଉଁଠି ନା କେଉଁଠି ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇଛି |ବିଗତ ଦିନରେ ପୁରୀର ଅନେକ ଅନୁଷ୍ଠାନ ଏଭଳି ଅବୈଧ ଆମିଷ ବିକ୍ରିକୁ ବିରୋଧ କରି ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ଲିଖିତ ଭାବେ ଜଣାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ |କାଶୀ ବିଶ୍ୱନାଥ ଏବଂ ବୃନ୍ଦାବନ ଭଳି ଧାର୍ମିକ ସ୍ଥାନରେ ଆମିଷ ବିକ୍ରି ନିଷେଦ ହୋଇଥିବାବେଳେ ତାହା ପୁରୀରେ କାହିଁକି ସମ୍ଭବ ହେଉନାହିଁ |ବିଶ୍ୱର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ପୁରୀ |ଶ୍ରୀକ୍ଷେତ୍ରରେ ଆମିଷ ବିକ୍ରିକୁ ବୁଦ୍ଧିଜୀବୀ ମାନେ ନିନ୍ଦା କରିଛନ୍ତି |ଯଦି ଆମିଷ ବିକ୍ରି ନିଷେଧ ସମ୍ଭବ ନୁହେଁ ତାହେଲେ ଏଭଳି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତରଫରୁ ଆମିଷ ବିକ୍ରି ପାଇଁ ସ୍ୱତନ୍ତ୍ର ସ୍ଥାନ ଚି଼ହ୍ନଟ କରାଯାଇ ଆବଦ୍ଧ କ୍ଷେତ୍ର ନିର୍ମାଣ କରି ସେଠାରେ ଆମିଷ ବିକ୍ରି ଏବଂ ପର୍ଯ୍ୟଟକ ମାନଙ୍କ ଖାଇବା ପାଇଁ ଏକ ଆବଦ୍ଧ କ୍ଷେତ୍ରରେ ଆମିଷ ଫୁଡ କୋର୍ଟ ନିର୍ମାଣ କରାଯାଉ |ଯାହାକି ସର୍ବ ସାଧାରଣଙ୍କ ଦୃଷ୍ଟିକୁ ଆସିବ ନାହିଁ କି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ ନାହିଁ |
Related Stories
November 25, 2024