-
୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଆଜି ଶୀର୍ଷରେ ପଂହଚିଛି: ପ୍ରତାପ ଷଡଙ୍ଗୀ
-
ସାମିଲ ହେଲେ ସାଂସଦ ଏବଂ ବିଧାୟକ
-
କାଳିଆ ଯୋଜନାରେ ଚାଷୀ ନୁହଁ ବରଂ ବିଜେଡି ନେତାମାନେ ଲାଭବାନ ହେଉଛନ୍ତି
-
ଅନ୍ନଦାତାଙ୍କ ହକ୍ ରାଜ୍ୟ ସରକାର ଦିଅନ୍ତୁ ନହେଲେ ବିଜେପି ସାରା ବ୍ଲକରେ ଆନ୍ଦୋଳନକୁ ତୀବ୍ରତର କରିବ
-
ବିଧାନସଭାରେ ଆମେ ଚାଷୀଙ୍କ ସ୍ୱରକୁ ଉତୋଳନ କରିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖନ୍ତୁ : ମୋହନ ମାଝୀ
-
ରାଜ୍ୟ ସରକାରଙ୍କ ମିଛ ପ୍ରତାରଣାର ଶିକାର ନହୁଅନ୍ତୁ ରାଜ୍ୟର ଚାଷୀକୁଳ: ଜୁଏଲ ଓରାମ
-
୮ମ ଦିନ ସତ୍ୟାଗ୍ରହରେ ସାମିଲ ହେଲେ ମହାକାଳପଡା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀ
ବିଧାନସଭାରୁ ଚାଲି ଚାଲି ସିଧାସଳଖ ସତ୍ୟାଗ୍ରହ ସ୍ଥଳୀକୁ ବିଜେପି ବିଧାୟକମାନେ ପହଂଚି ଆନ୍ଦୋଳନକାରୀଙ୍କ ସହ ଯୋଗ ଦେଇଥିଲେ । ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ପ୍ରାଥମିକତା ଏବଂ ମୋଦି ସରକାର ଏଥି ପାଇଁ ପ୍ରତିଶୃତିବଦ୍ଧ । କୈାଣସି ପରିସ୍ଥିତିରେ ଚାଷୀଙ୍କ ପ୍ରତି ଅବହେଳାକୁ ପଶ୍ରୟ ଦିଆଯିବନାହିଁ । ବିଧାନସଭାରେ ଆମେ ଚାଷୀଙ୍କ ସ୍ୱରକୁ ଉତୋଳନ କରିବୁ ଏବଂ ଆପଣମାନେ ବିଧାନସଭା ବାହାରେ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରୀ ରଖିବାକୁ ସତ୍ୟାଗ୍ରହରେ ଯୋଗ ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝୀ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି । ଏହି ଅବସରରେ ବିଧାୟକ ଭାସ୍କର ମଢେଇ, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଜୟନ୍ତ ଷଡଙ୍ଗୀ, ନବଚରଣ ମାଝୀ ଏବଂ ସନାତନ ବିଜୁଳି ପ୍ରମୁଖ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ସମାଲୋଚନା କରିଥିଲେ ।
ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମ ସତ୍ୟାଗ୍ରହରେ ଯୋଗ ଦେଇ କୃଷି ଓ କୃଷକ ବିରୋଧୀ ବିଜୁ ଜନତା ଦଳକୁ ସମାଲୋଚନା କରିବା ସହିତ ରାଜ୍ୟର ଚାଷୀ ଭାଇ ଓ ଭଉଣୀଙ୍କୁ ଆଉ ପ୍ରତାରଣାର ଶିକାର ନହେବାକୁ କହିଥିଲେ ।
ଆଜି ୮ମ ଦିନ ସତ୍ୟାଗ୍ରହରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ନୟନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଅଲେଖ ଜେନା, କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯୋଧନ ସାହୁ, ଶାରଦା ପ୍ରଧାନ, ବାବୁ ସିଂ, ଆଶ୍ରୀତ ପଟ୍ଟନାୟକ, ସୁଜିତ୍ କୁମାର୍ ଦାସ୍, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)