ଭୁବନେଶ୍ୱର, ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ପ୍ରତିନିଧି ଦଳ ସିଇଓଙ୍କୁ ଏ ସମ୍ପର୍କିତ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରିଛି । ବିଜେଡି ନେତା ସସ୍ମିତ ପାତ୍ରଙ୍କ େନତୃତ୍ବରେ ଏହି ଦଳ ସିଇଓଙ୍କୁ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରିଛି ।
ଏଥିରେ କୁହାଯାଉଇଛି ଯେ ପଦ୍ମପୁର ଉପ ନିର୍ବାଚନରେ ହାରିବା ଭୟରେ ବିଜେପି ହିଂସା କରୁଛି । ପଦମପୁର ଉପନିର୍ବାଚନରେ ହିଂସାତ୍ମକ ଆକ୍ରମଣ କରିବାକୁ ଉଦ୍ୟମ କରୁଛି ବିଜେପି। ୨୦୧୮ ବିଜେପୁର ଉପନିର୍ବାଚନରେ ବିଜେପିର ଦୁଇଜଣ ନେତା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। ସେମାନେ ଏବେ ବେଲ୍ରେ ଅଛନ୍ତି। ଏଥରକ ବି ବିଧାୟକ ସୁଶାନ୍ତ ସିଂହଙ୍କ ଉପରେ ଆକ୍ରମଣ ପାଇଁ ସେମାନେ ଯୋଜନା କରିଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ବଢାଇବାକୁ ଏଥିରେ ଦାବି କରାଯାଇଛି ।