ଭୁବନେଶ୍ୱର, ବିଧାନସଭାରେ ଚାଷୀ ପ୍ରସଙ୍ଗରେ ହଟ୍ଟଗୋଳ କାରଣରୁ ଗୃହ ସ୍ଥଗିତ ହେବା ପରେ ବିଜେଡି ସଦସ୍ୟମାନେ ପ୍ରଥମେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଏହା ପରେ ସେମାନେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲିଚାଲି ଯାଇ ରାଜ୍ୟପାଳଙ୍କୁ ବିଜେଡି ବିଧାୟକ ମାନେ ୪ଦଫା ଦାବିପତ୍ର ପ୍ରଦାନ କରିଥିବା ଜଣା ପଡିଛି ।