ଭୁବନେଶ୍ବର, ଚାଷୀଙ୍କ ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ କାରଣରୁ ଗୃହ ସ୍ଥଗିତ ହେବା ପରେ ଭାରତୀୟ ଜନତା ପାର୍ଟୀର ବିଧାୟକ ମାନେ ବିଧାନସଭା ପରିସରରୁ ଲୋଅର ପିଏମଜି ଠାରେ ଥିବା ପାର୍ଟୀର ସତ୍ୟାଗ୍ରହ ସ୍ଥଳ ଯାଏ ପଦ ଯାତ୍ରା କରିଥିବା ଦେଖିବାକୁ ମିଳିଛି ।
ବିଜେପି ବିଧାୟକ ମାନଙ୍କ ହାତରେ ପ୍ଲାକାର୍ଡ ମଧ୍ୟ ରହିଥିଲା । ଏହି ପ୍ଲାକାର୍ଡ ଜରିଆରେ ସେମାନେ ରାଜ୍ୟ ସରକାରଙ୍କ କୃଷକ ବିରୋଧୀ ନୀତିର ସମାଲୋଚନା କରିବା ସହ ଚାଷୀ ମାନଙ୍କ ବିଭିନ୍ନ ଦାବିକୁ ଉପସ୍ଥାପନ କରିଥିଲେ ।
ଗତ କିଛି ଦିନ ହେଲା ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଲୋଅର ପିଏମଜି ଠାରେ ସତ୍ୟାଗ୍ରହ କରାଯାଉଛି ।