ଭୁବନେଶ୍ୱର,ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ ପ୍ରଶ୍ନକାଳ କାର୍ଯ୍ୟକ୍ରମ ବାଧିତ ହେବା ପରେ ବିଜେଡି ବିଧାୟକ ମାନେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତି ସାମନାରେ ଧାରଣା ଦେଇ ପ୍ରତିବାଦ କରିଥିବା ଦେଖି୍ବାକୁ ମିଳିଛି । ବିଜେଡି ବିଧାୟକ ମାନେ କେନ୍ଦ୍ର ସରକାରଙ୍କୁ ଚାଷୀ ବିରୋଧୀ ବୋଲି କହିବା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା ।
ବିଜେଡି ବିଧାୟକ ମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ଚାଷୀ ମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରୁ ନାହାନ୍ତି । ସେହିପରି ଚାଷୀ ମାନଙ୍କ ପାଇଁ ଆବଶ୍ୟକ ଥିବା ସାର ସେମାନଙ୍କୁ ପ୍ରଦାନ କରାଯାଉ ନାହିଁ।