ସାନଖେମୁଣ୍ଡି:ଗ୍ରାମ୍ୟ କୃଷିଜୀବନର ହଳଲଙ୍ଗଲ ଚଳାଉ ଥିବା ଚାଷୀ ଓ କୃଷି ଶ୍ରମିକ ମାନେ ନିଜସ୍ୱ ଶୈଳିରେ ଗାଉଥିବା ଗୀତାର ମାଧୁର୍ଯ୍ୟତା ଅତି ବିରଳ ଓ ସାହିତ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ। ପଲ୍ଲୀ ଜୀବନରେ ହଳିଆଗୀତର ସ୍ରଷ୍ଟା ଚାଷୀମାନଙ୍କ ମୁଖ ନିଃସୃତ କବିତା ଓଡ଼ିଆ ସାହିତ୍ୟକୁ ରଧିମନ୍ତ କରିଥିବା ସହ ଏବେବି ଏହାର ଆବଶ୍ୟକତା ଥିବା ସାନଖେମୁଣ୍ଡି ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସରରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ସାହିତ୍ୟ ଆସରରେ ପ୍ରଥମ ଅଧିବେଶନରେ ମୁଖ୍ୟ ସମ୍ପାଦକ ଅଧ୍ୟାପକ ଡ଼ଃ ପ୍ରଣବା ନନ୍ଦ ପାଟଯୋଗୀ ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂସଦର ସଭାପତି ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଦିଗପହଣ୍ଡି ଲୋକସଭା ପରିଷଦ ସମ୍ପାଦକ କୁରେଶୁ ପଣ୍ଡା, ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ପଦ୍ମଚରଣ ମେକାପ ଯୋଗ ଦେଇଥିବା ବେଳେ ” ଲୋକ ସାହିତ୍ୟରେ ହଳିଆଗୀତ ଏକ ଅନୁଶୀଳନ” ଶୀର୍ଷକ ଆଲୋଚନା ଚକ୍ରରେ ଓଡ଼ିଆ ଅଧ୍ୟାପକ ସୀମାଞ୍ଚଳ ପ୍ରଧାନ ଆଲୋଚନା ଭାବେ ସନ୍ଦର୍ଭ ପାଠ କରିଥିଲେ। ହଳିଆଗୀତର ସୃଷ୍ଟି, ଆଦୃତି, ଆବୃତି, ଵିଲବ, ସଂଜ୍ଞା, ପ୍ରକାର ଭେଦ, ଜୀବନର ପ୍ରତିଶୃତି ସମତେ ସାମଗ୍ରିକ ବିବରଣୀ ଆଲୋକପାତ କରାଯାଇଥିଲା।
ଉପସଭାପତି ବିନାୟକ ଦାସଙ୍କ ପୌରହିତରେ କବିତା ପାଠଉତ୍ସବ ଅଧିବେଶନରେ ସହ ସମ୍ପାଦକ ପୀତବାସ ତ୍ରିପାଠୀ ସଂଯୋଜନ ଓ କବି ଲଷ୍ମୀନାରାୟଣ ପଟ୍ଟନାୟକ ସମୀକ୍ଷା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ଶରତ ଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। କବି ଡା. ପ୍ରଦୀପ୍ତ ଚନ୍ଦ୍ର ସିଂ, ସୋମନାଥ ଦାସ ଶର୍ମା, ରାଜେନ୍ଦ୍ର କୁମାର ପଣ୍ଡା, ବିଚିତ୍ର ଦୋରା, ବୃନ୍ଦାବନ ବାଡ଼ତ୍ୟା, ବସନ୍ତ କୁମାର ବେହେରା, ରୋହିତ ଜେନା, ସୁରେଶ କୁମାର ନାୟକଙ୍କ ସମତେ ବହୁ କବି ସ୍ୱରଚିତ କବିତା ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଉଦୟ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।