ଭୁବନେଶ୍ୱର,ଚାଷୀ ସମସ୍ୟାଙ୍କୁ ନେଇ ବିଧାୟକ ମାନଙ୍କ ହଟ୍ଟଗୋଳ କାରଣରୁ ପ୍ରଶ୍ନୋତର କାର୍ଯ୍ୟକ୍ରମ ବାଧିକ ହେବା ପରେ ପ୍ରଥମାର୍ଧ ବୈଠକରେ ଶୂନ୍ୟକାଳ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଚାଲି ପାରି ନାହିଁ । ବାଚସ୍ପତି ଗୃହକୁ ଅପରାହ୍ନ 4ଟା ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।
11.30ରେ ପୁଣି ଥରେ ଯେତେବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଚାଷୀ ସମସ୍ୟାକୁ ନେଇ ସେହି ସମାନ ସ୍ଥିତି ଦେଖା ଦେଇଥିଲା । ଏହି କାରଣରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ 4 ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।