କେନ୍ଦ୍ରାପଡ଼ା,କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଦୁଇ ଜଣ ବାଣୁଆଙ୍କ ନାମରେ ମାମଲା ରୁଜ୍ଜୁ କରିଛି ସଦର ଥାନା ପୋଲିସ । ଅଭିଯୁକ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ବଡ ମେଡ଼ିକାଲର ଆଇସିୟୁରେ ରହିଥିବା ବେଳେ ଅନ୍ୟ ଜଣେ ଫେରାର୍ ରହିଛି । ଘଟଣାରେ ୧୧ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ ।
ପ୍ରକାଶ ଥାଉକି, ଗତ ୨୩ ତାରିଖ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅର୍ନ୍ତଗତ ବାଲିଆ ବଜାରରେ କାର୍ତିକେଶ୍ଵର ଭସାଣ ବେଳେ ବାଣଫୁଟି ଏହି ବିସ୍ଫୋରଣ ଘଟିଥିଲା । ବାଣ ବିସ୍ଫୋରଣରେ ୪୦ ଜଣ ଆହତ ହୋଇଥିଲେ।