ଗଞ୍ଜାମ, କଲେଜ କ୍ୟାମ୍ପସ୍ କୁ ରାଗିଂ ମୁକ୍ତ କରିବା ପାଇଁ ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ. ଓ ବିଭିନ୍ନ କଲେଜର ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହୋଇଥିବା ନିଷ୍ପତି ମୁତାବକ ପୋଲିସର ଏକ ସ୍ଵତନ୍ତ୍ର ଟିମ୍ ଏକାଧିକ କଲେଜ ପରିଦର୍ଶନରେ ଯାଇ ଆଂଟି ରାଗିଂ ସମ୍ପର୍କିତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କଲେଜ କର୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହ ସ୍ଥିତି ପରଖିଥିଲେ ।
ଏହି ଟିମ୍ ମହାମାୟୀ କଲେଜ, ଏସବିଆରଜି ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଥିଲେ । ଟାଉନ୍ ଏସଡ଼ିପିଓ ଉକ୍ତ ଟିମ୍ ର ନେତୃତ୍ଵ ନେଇଥିଲେ ।