ସାନଖେମୁଣ୍ଡି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ନୂତନ ଯାନବାହାନ ଚଳାଚଳ ସଂକ୍ରାତୀୟ ନିୟମ ଅନୁସାରେ ବିନା ଲାଇସେନ୍ସରେ ଗାଡି ଚାଳନା, ଗାଡିର ରେଜିଷ୍ଟ୍ରେସନ, ଇନ୍ସୁରେନ୍ସକୁ କଡାକଡି ପାଳନ କରାଯାଉଥିବା ବେଳେ ଚାଳକଙ୍କ ସୁରକ୍ଷା ପାଇଁ ହେଲେମେଟ ପରିଧାନକୁ ବାଧ୍ୟତାମୂଳକ କରାଯାଇଅଛି। ଏହି ସ୍ଥିତିକୁ ଦୃଷ୍ଟି ରଖି ରାଜ୍ୟ ସରକାର ଓଡ଼ିଶାରେ ଲାଗୁ ନିୟମକୁ ତିନିମାସ କୋହଳ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଅବଧି ପ୍ରଦାନ କରିଛନ୍ତି। ପରନ୍ତୁ ସାଧାରଣରେ ଏହାର ପ୍ରଭାବ ପଡୁନଥିବା ଲକ୍ଷ କରାଯାଇଅଛି। ଏହି ପରିପ୍ରେକ୍ଷୀକୁ ନଜରକୁ ଆଣି ବିଭାଗୀୟ ଆଦେଶ ଭିତ୍ତିରେ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ପ୍ରକାରନ୍ତରେ ବିଭିନ୍ନ ସଚେତନତା ପଦକ୍ଷେପ ଗ୍ରହଣ କରୁଥିବା ଦୃଷ୍ଟି ଗୋଚରକୁ ଆସୁଅଛି। ଆଜି ଏହି ଅବସରରେ ଏକ ହେଲମେଟ ସଚେତନତା କାର୍ଯ୍ୟକ୍ରମ ଥାନାଧିକାରୀ ଶ୍ରୀ ଅଜୟ କୁମାର ବାରିକଙ୍କ ତତ୍ୱାବଧନରେ ପାଟପୁର ପଣ୍ଡାଛକ ଠାରେ ଅନୁଷ୍ଠିତ ହୋଇଅଛି। ଆମ ପୋଲିସ ସମିତିର ବରିଷ୍ଠ ସଦସ୍ୟ ସଂଗଠକ ଶ୍ରୀ ଅଶୋକ କୁମାର ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଅଧ୍ୟାପକ ଡ଼. କୈଳାସ ଚନ୍ଦ୍ର ସ୍ୱାଇଁ, ଦୁର୍ଗପ୍ରାସଦ ପାଢ଼ୀ, ପାଟପୁର ସରପଞ୍ଚ ଶ୍ରୀ T. ବାବୁ ସୁବୁଦ୍ଧି, ସମିତି ସଭ୍ୟ ପ୍ରଶାନ୍ତ ସ୍ୱାଇଁ, ଦିଲ୍ଲୀପ ପାଣିଗ୍ରାହୀ, ସାମ୍ବାଦିକ ସନ୍ତୋଷ କୁମାର ଦାସ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ସଦସ୍ୟଙ୍କ ସମାବେଶରେ ପଣ୍ଡାଛକ ଠାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଉପସ୍ଥିତ ସମାବେଶକୁ ଉଦବୋଧିତ କରିବା ସହ ମଞ୍ଚାସିନ ଅଧିକାର ଓ ସଂଗଠକ ସଦସ୍ୟ ଗାଡି ଚଳାଚଳ ଜନିତ ନିୟମକୁ ସାଧାରଣରେ ପ୍ରକାଶ କରିବା ସହ ସଡକ ସୁରକ୍ଷା ଜନିତ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଡକ ସୁରକ୍ଷା ଜୀବନ ରକ୍ଷା, ହେଲେମେଟ ପରିଧାନ ଜନିତ ଆବଶ୍ୟକତାକୁ ଉପଲବ୍ଧ କରି ପରିବାର ପରିଜନକୁ ବିନା ହେଲେମେଟରେ ଗାଡି ଚାଳନକୁ ପ୍ରୋତ୍ସାହୀତ ନ କରିବା ଅବଗତ କରିଥିଲେ। ଗ୍ରାମବାସୀ ତଥା ଜନସାଧରଣଙ୍କ ସହ ପଣ୍ଡାଛକ ଠାରୁ ପାଟପୁର ଥାନା ପର୍ଯ୍ୟନ୍ତ ଘରଘର ବୁଲି ସଦସ୍ୟଙ୍କ ଦ୍ୱାରା ପରିବାର ପରିଜନକୁ ହେଲମେଟ ପରିଧାନ କରାଇବାକୁ ଉତ୍ସାହିତ କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମକୁ ପାଟପୁର ପୋଲିସ ଥାନା କର୍ମଚାରୀ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।