ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲାପାଳ ବିଶାଳ ସିଂଙ୍କ ନିର୍ଦେଶ କ୍ରମେ ଭାରତୀୟ ବାୟୁ ବାହିନୀ, ଭୁବନେଶ୍ବର ଏବଂ ଆଇକ୍ୟୁଏସିର ମିଳିତ ଉଦ୍ୟମରେ ଏକ କ୍ୟାରିୟର କାଉନସେଲି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଅଧକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ମହେଶ୍ଵର ଚନ୍ଦ୍ର ନାୟକ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଆଇକ୍ୟୁଏସିସେଲ ର ସଂଯୋଜକ ଡ. ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିବା ସହିତ ସମସ୍ତ ସହଯୋଗ କରିଥିଲେ । ସାର୍କଣ୍ଟ ବିପିନ ରାୱତ ଏବଂ ଭୂପେନ୍ଦର ସିଂ ଯୋଗଦାନ କରି ଅଗ୍ନିପଥ ଯୋଜନା ମାଧ୍ୟମରେ କିପରି ଭାବେ ଭାରତୀୟ ବାୟୁ ସେନାରେ ଯୋଗଦାନ କରିହେବ ସେ ବିଷୟରେ ଉପସ୍ଥିତ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ନିଯୁକ୍ତି ଅଧିକାରୀ ମନସୀ ସେଠୀ ଯୋଗଦେଇ ଥିବାବେଳେ କନିଷ୍ଠ ନିଯୁକ୍ତ ଅଧିକାରୀ ଗୁପ୍ତ ମାଢ଼ୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବାୟୁସେନାରେ ଯୋଗଦେବାକୁ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥିଲେ । ଏମ.ଜି.ଏଚ.ଏଫ ସୁଶ୍ରୀ ସୁଧାଶୀ ସାହୁ ମଧ୍ୟ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼. ଗୋକୁଳା ନନ୍ଦ ପାତ୍ର, ରମେଶ ଚନ୍ଦ୍ର ରାଉତ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ପ୍ରେମରେଖା ଭୋକ୍ତା ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଏନ.ସି.ସି. ସ୍ଵେଛାସେବୀ ମାନେ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ।