ମାଲକାନଗିରି,ରାଜ୍ଯ ସରକାର ମହିଳା ସଶକ୍ତ କରଣ ଲାଗି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ଗୁରୁତ୍ବ ଦେଇ ଆସୁଥିବା ବେଳେ ମାଲକାନଗିରି ଜିଲ୍ଲା ରେ ବର୍ତ୍ତମାନ ଧାନ ମଣ୍ଡି ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣଦେଖା କରୁଥିବା ଜଣାପଡିଛି।
ଗତ ବର୍ଷ ମାଲକାନଗିରି ଜିଲ୍ଲା ରେ ଧାନ ମଣ୍ଡି ପରିଚାଳନା କରିବା ପାଇଁ ୮ଟି ଲ୍ଯାମ୍ପ ସହିତ ୩ ଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ତେବେ ଚଳିତ ବର୍ଷ ଧାନ ମଣ୍ଡି ପରିଚାଳନା କରିବା ପାଇଁ ୮ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟ ମାଧ୍ଯମ ରେ ଜିଲ୍ଲା ଯୋଗାଣ ଅଧିକାରୀମାନଙ୍କ ନିକଟରେ ଆବେଦନ କରିବା ବେଳେ କୌଣସି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଚୟନ କରିଥିବା ଅଭିେଯାଗ ହେଇଛି। ରାଜ୍ଯ ସରକାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡିଙ୍କୁ ବିଭିନ୍ନ କାର୍ଯ୍ଯରେ ସାମିଲ କରି ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରୁଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଯୋଗାଣ ବିଭାଗ ମାଲକାନଗିରି ଭଳିଆଦିବାସୀ ଅଧ୍ଯୁଷିତ ଜିଲ୍ଲା ରେ ମହିଳା ଗୋଷ୍ଠୀଙ୍କୁ ଗୁରୁତ୍ବ ଦେଉନଥିବା ଜଣା ପଡିଛି।
ପ୍ରାପ୍ତ ସୂଚନା ଅନୁସାରେ ଚଳିତ ବର୍ଷ ଧାନ ମଣ୍ଡି ପରିଚାଳନା କରିବା ପାଇଁ ୮ଟି ସ୍ବୟଂ ସହାୟିକା ଗୋଷ୍ଠୀ ଆବେଦନ କରିବା ଜଣାପଡିଛି। ସେମାନେ ହେଲେ କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତ ଟାଟିଗୁଡା ଗ୍ରାମ ର ମା ମଙ୍ଗଳା ଏସଏଚଜି, ଏମଭି-୫୫ ଗ୍ରାମ ର ରାଧାରାଣୀ ଏସଏଚଜି, ଏମପିଭ-୨୬ ଗ୍ରାମର ମା ଅନ୍ନପୂର୍ଣ୍ଣା ଏସଏଚଜି, କୋରୁକୁଣ୍ଡା ବ୍ଲକ ଏମପିଭି-୩ ଗ୍ରାମ ର ମା ତାରିଣୀ ଏସଏଚଜି, ମାଲକାନଗିରି ବ୍ଲକ ର ସିଆଡିମାଳ ଗ୍ରାମ ର ଶିବପାର୍ବତୀ ଏସଏଚଜି, ଏମଭି-୫୫ରାଧାରାଣୀ ଗ୍ରାମ ର ମା ମଙ୍ଗଳା ଏସଏଚଜି, ଏମଭି-୮୫ ଗ୍ରାମର ମା ସରସ୍ୱତୀ ଏସଏଚଜି ଏବଂ ମାଲକାନଗିରି ନେତାଜୀ ନଗର ମମତାମୟୀ ଏସଏଚଜି ।
ଗତ କାଲି ଏହି ୮ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକ ମଧ୍ଯରୁ କିଛି ଏସଏଚଜି ଙ୍କୁ ଧାନ ମଣ୍ଡି ପରିଚାଳନା କରିବା ପାଇଁ ଚୟନ କରିବା ଆଭିମୁଖ୍ୟ ନେଇ ମାଲକାନଗିରି ଉପଜିଲ୍ଲାପାଳ ଙ୍କ ଅଧ୍ଯକ୍ଷତାରେ ଏକ କମିଟି ବସିଥିବା ବେଳେ କାହାରିକୁ ମଧ୍ଯ ଚୟନ କରାଯାଇ ନଥିବା ଜଣାପଡିଛି। ତେବେ ଗତ ବର୍ଷ ୩ ଗୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କୁ ଚୟନ କରାଯାଇ ଥିଲା ବେଳେ ବର୍ତ୍ତମାନ କାହାରିକୁ ଚୟନ ନକରିବା ଜିଲ୍ଲା ପ୍ରଶାସନର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ପ୍ରତି ଚରମ ଅଣ ଦେଖା ବୋଲି ଅଭଯୋଗ ହୋଇଛି। ପ୍ରକାଶ ଥାଉ କି ଅନ୍ଯାନ୍ଯ ଜିଲ୍ଲା ରେ ପ୍ରତି ବର୍ଷ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଧାନ ମଣ୍ଡି ପରିଚାଳନା କରିବା ପାଇଁ ସାମିଲ କରାଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ରେ ଏହାର ବ୍ଯତିକ୍ରମ ଘଟିଛି। ଏଥି ପ୍ରତି ମୁଖ୍ଯ ମନ୍ତ୍ରୀ ଧ୍ଯାନ ଦେବା ପାଇଁ ଦୃଢ ଦାବି ହେଇଛି।