ଭୁବନେଶ୍ୱର, ବିଧାନସଭାରେ ଭର୍ଚୁଆଲ ମୋଡ୍ ରେ ଅଂଶଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ପ୍ରଫୁଲ୍ଲ ସାମଲ ମଧ୍ୟ ଭିସି ଜରିଆରେ ବିଧାନସଭା କାର୍ଯ୍ୟକ୍ରମରେ ଭାଗନେବେ । ସ୍ୱାସ୍ଥ୍ୟଗତ କାରଣରୁ ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିବା ନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି । ଗୁରୁବାରଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଗୃହରେ ଉପସ୍ଥିତ ଥିଲେ । ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ସଭ୍ୟମାନେ ଭିସିରେ ଭାଗନେଇପାରିବେ ବୋଲି କହିଥିଲେ ବାଚସ୍ପତି ।
Related Stories
November 24, 2024