କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ଜିଲ୍ଲା ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ l ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ପ୍ରାକ୍ତନ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବନ୍ କୁମାର ଦାଶ ବରିଷ୍ଠ ନାଗରିକ ମଞ୍ଚର ଆଭିମୁଖ୍ୟ ଓ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ମତ ପ୍ରକାଶ ପାଇଥିଲା ଯେ ସେତେବେଳେ ଯେଉଁ ଯୌଥ ପରିବାର ଥିଲା ଏବେ ତାହା ଦେଖିବାକୁ ମିଳୁନାହିଁ l ସେ ସମୟରେ ଜନସଂଖ୍ୟା କମ୍ ଥିଲା l ପିଲାମାନେ ସଦାସର୍ବଦା ଗୁରୁଜନ ଓ ପିତାମାତାଙ୍କୁ ସମ୍ମାନ ଜଣାଇବା ସହ ଶ୍ରଦ୍ଧା ଓ ଭକ୍ତି କରୁଥିଲେ l ତାହା ଆଜିକା ଦିନରେ ଲୋପ ପାଇଛି l ବର୍ତ୍ତମାନର ଯୁବ ପୀଢ଼ି ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗସ୍ତ କରି ସେଠାରେ ଜୀବିକା ନିର୍ବାହ କରିବା ଦେଖିବାକୁ ମିଳୁଛି l ଯେତେବେଳେ ଜନ୍ମ ମାଟିକୁ ଆସୁଛନ୍ତି ସେତେବେଳ ଆମ ପରମ୍ପରା ଓ ସଂସ୍କୃତି ସମ୍ପର୍କରେ ସେମାନେ ଅଜ୍ଞ ରହୁଛନ୍ତି l ବିଶେଷ ଭାବରେ ବୃଦ୍ଧ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଥିଲେ ମଧ୍ୟ ନିଜର ଜୀବନ ଓ ଜୀବିକା ପ୍ରତି ଧ୍ୟାନ ଦେଇ କର୍ତ୍ତବ୍ୟ ଭୁଲି ଯାଉଛନ୍ତି l ଏବେ ପରମ୍ପରାର ଅବକ୍ଷୟ ଘଟି ଚାଲିଛି l ବରିଷ୍ଠ ନାଗରିକ ଓ ବୃଦ୍ଧ ପିତାମାତାଙ୍କୁ ଉଚିତ୍ ସେବା ସମ୍ମାନ ମିଳୁନାହିଁ l ଯାହା ବିଡ଼ମ୍ବନାର ବିଷୟ l ଆଲୋଚନା ଚକ୍ରରେ ପୁରୀ ଜିଲ୍ଲାର ବଳଙ୍ଗା, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, ଗୋପ, ସାକ୍ଷୀଗୋପାଳ, ଡେଲାଙ୍ଗ ଓ ପୁରୀ ସଦର ବ୍ଲକର ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇ ସେମାନଙ୍କ ବରିଷ୍ଠ ନାଗରିକ ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ l ମଂଚର କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା, ଗୁଣ୍ଡୁଚି ବରାଳ, ବିଭୂତି ପଟ୍ଟାନାୟକ, ଶଙ୍କର ବିଶ୍ଵାଳ, ଆର୍ତ୍ତବନ୍ଧୁ ସେନାପତି, କାଳନ୍ଦି ଛାଟୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l କୈଳାଶ ଚନ୍ଦ୍ର ରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l
Related Stories
November 24, 2024