
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରେ ଦୀର୍ଘ ୧ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେବ ମୁଖ୍ୟ ବଜାରରେ ଏକ ଠିପି ବନ୍ଦ ମଦ ଦୋକାନ ଥିଲା।ଗତ ସେପ୍ଟେମ୍ବର ୩ତାରିଖ ଦିନ ଅବକାରୀ ବିଭାଗ ଆଉ ଏକ ବାର ଖୋଲିବା ନେଇ ଅନୁମତି ପ୍ରଦାନ କରିଥିଲା।ଉକ୍ତ ବାର ସେପ୍ଟେମ୍ବର ୫ ଅତବା ୨ଦିନ ଚିହ୍ନଟ ସ୍ଥାନରେ ବିଧିବଦ୍ଧ ଭାବେ ଖୋଲିଲା।ସେପ୍ଟେମ୍ବର ୭ଦିନ ସେହି ବାର ଠାରୁ ଅଳ୍ପ ଦୂରରେ ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ ଖୋଲିବା ପାଇଁ କଟକ ଅବକାରୀ କମିଶନର ଙ୍କ ଶୁଣାଣି ହୋଇ ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ ନ ଖୋଲିବା ନେଇ ଅବକାରୀ କମିଶନର ରୋକଠୋକ୍ ବାର ଆବେଦନ କୁ ଖାରଜ କଲେ।ସବୁଠାରୁ ଆଶ୍ଚର୍ଯ୍ୟ ଚିନ୍ତାଜନକ କଥା ଅସ୍ତରଙ୍ଗ ବୀରତ୍ବର ଗାଥା ବଖାଣୁଥିବା ବେଳେ ସମ୍ମାନୀୟ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅସ୍ତରଙ୍ଗ ଏକ ଭାଇ ଚାରାର ଅଞ୍ଚଳ ବୋଲି ବିଗତ ଦିନରେ ନିଜ ଅଭିଭାଷଣ କହିଥିଲେ।ଲବଣ ସତ୍ୟାଗ୍ରହ ପାଇଁ ଜନନାୟକ ମାହାତ୍ମ୍ୟଗାନ୍ଧୀ ଏହି ଅଞ୍ଚଳରେ ରହି ଇଂରେଜମାନଙ୍କ ଠାରୁ ଦେଶକୁ ସ୍ବାଧୀନ କରିଥିଲେ ଫୁଣି ଏହି ଅଞ୍ଚଳରେ ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ କିଭଳି ଭାବେ ଏକ ଅନସଫ୍ ବାର ଖୋଲିବ ସେଥିପାଇଁ ଅବକାରୀ ବିଭାଗର ଚାଟୁକାରିତା ମାନେ ଗତ ସେପ୍ଟେମ୍ବର ୯ତାରିଖରେ ଅନସଫ୍ ବାରର ତଥ୍ୟ ଲୁଚାଇ ଫୁଣି ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ଦେଲା ।ଏଠାରେ ପ୍ରଶ୍ନ ଉଠୁଛି ଅବକାରୀ ବିଭାଗ କାହା ଚାପରେ କାହା ପ୍ରବଚନାରେ କେତେ କୋଟି ଟଙ୍କା ନେଲା ଯେ ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ଦେଲା ଅବକାରୀ ବିଭାଗ କଣ ଅସ୍ତରଙ୍ଗ ଅଞ୍ଚଳର ପରିବେଶ ନଷ୍ଟ କରୁଛି କି ଯଦି ନୂତନ ଭାବେ ଅନୁମତି ପାଇଥିବା ପରିଡ଼ା ବାର କମ୍ ରେଷ୍ଟୁରାଣ୍ଟ କୁ ବନ୍ଦ କରାନଯାଏ ଆଗାମୀ ଦିନରେ ଅସ୍ତରଙ୍ଗ ଅଞ୍ଚଳରେ ଅବକାରୀ ବିଭାଗର ଅଧିକାରୀ ମାନେ ହଟହଟା ସମୁଖୀନ ହେବେ ବୋଲି ଚା ଖଟିରେ ଶୁଣିବାକୁ ମିଳୁଛି।ଅସ୍ତରଙ୍ଗ ଅଞ୍ଚଳରେ ଦୁଇ ଦୁଇ ଟି ମଦଦୋକାନ ଥିବା ବେଳେ ଫୁଣି ଆଉ ଏକ ବାର ପାଇଁ ଅନୁମତି କିଭଳି ପ୍ରଦାନ କରାଗଲା ଭିଜିଲାନ୍ସ, ସିବିଆଇ ଅର୍ଥ ହେରଫେର ର ତଦନ୍ତ କରିବାକୁ ବୁଦ୍ଧିଜୀବି ମାନେ ଦାବିକରିଛନ୍ତି।ଏ ସମ୍ପର୍କରେ ବିଭାଗୀୟ ସଚିବ, ଅବକାରୀ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅବକାରୀ ବିଭାଗ କମିଶନରଙ୍କୁ ଲିଖିତ ଅଭିଯୋଗ କରାଯାଇଅଛି।