-
ଓଡିଶୀ-ଛାନ୍ଦ-ଚଂପୂରେ ହସିଲା ଶରଧାବାଲି
ପୁରୀ ,ଠାକୁରଙ୍କ ପିତୃଶ୍ରାଦ୍ଧ ଉପଲକ୍ଷେ ବଡ଼ଦାଣ୍ଡ ସମେତ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଜଳିଲା ଶହଶହ ଦୀପ।ଏଇ ସ୍ମରଣ ରେ ଶରଧାବାଲି ରେ ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପୁରୀ ଓ ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ଭୁବନେଶ୍ୱର ପକ୍ଷରୁ ଓଡିଶୀ-ଛାନ୍ଦ ଓ ଚଂପୂ ସଂଗୀତ କଣ୍ଠଶିଳ୍ପୀମାନେ ପରିବେଷଣ କରିଛନ୍ତି । ଏହି ମହୋତ୍ସବ କୁ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ କୈଳାଶ ନାୟକ,ଉପଜିଲ୍ଲାପାଳ ଭବତାରଣ ସାହୁ ,ଓଡ଼ିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, କୁମୁଦିନୀ ପଣ୍ଡା, ପ୍ରାକ୍ତନ ପୌରପାଳ ଗୌରହରି ପ୍ରଧାନ, ଗୀତିକାର ବଦ୍ରି ମିଶ୍ର,କମଳ କୁମାର ଦାସ, ମୀନା ହଜୁରୀ, ଦୀପକୁ ପୂଜାପଣ୍ଡା ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଥିଲେ। କଣ୍ଠଶିଳ୍ପୀ ଶଂଖମିତ୍ର ସିଂହାରୀ ଓ ସୁଂଧାଶୁ ରଥ ଙ୍କ ପରିଚାଳନା ରେ ଅନୁଷ୍ଠିତ ହରିଶ ଦାସ ସଂଗୀତ ପରିବେଷଣ କରିଥିଲେ |ବିଜୟ ମହାପାତ୍ର, ଭାଗିରଥି ପ୍ରତିହାରୀ, ଗୌରାଙ୍ଗ ଖୁଣ୍ଟିଆ, ଶତୃଘ୍ନ ନାୟକ, ସିପ୍ରା ସାହୁ, ସୁରେନ୍ଦ୍ର ନାୟକ, ସତ୍ୟନାରାୟଣ ଗୁରୁ, ଅଶୋକ କୁମାର ଦାସ, ଆଲୋକ ପରିଡା, ରୋଜାଲିନ ସାମନ୍ତରାୟ, ରବିନାରାୟଣ ଦାସ, ଅନୀଲ ଦାସ ସଂଗୀତ ପରିବେଷଣ କରିଥିଲେ।