କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ପ୍ରାଚୀ ନଦୀ ଉପତ୍ୟକା ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଲାଗି ପ୍ରାଚୀ ସାଂସ୍କୃତିକ ସମିତି ର କର୍ମକର୍ତ୍ତା ମାନେ କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କ ସହ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ସମିତି ପକ୍ଷରୁ କାକଟପୁର, ଅସ୍ତରଙ୍ଗ ଓ ଜାହାନିଆଁ ରାସ୍ତାର ପ୍ରଶସ୍ତିକରଣ ,ଅସ୍ତରଙ୍ଗ – ଜାହାନିଆଁ ପୀଠ ଓ ମଙ୍ଗଳା ମନ୍ଦିର କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ,ଦେଉଳି ମଠ କୁ ପ୍ରଶସ୍ତ ରାସ୍ତା ,କାକଟପୁର – କୋଣାର୍କକୁ ନୂତନ ରାସ୍ତା ସଂଯୋଗ, କାକଟପୁର ଅଂଚଳରେ ଦୁଇଟି ମିନି ଷ୍ଟାଡିୟମ୍ ନିର୍ମାଣ , କୁତାମଚଣ୍ଡୀ ପୀଠର ଉନ୍ନତିକରଣ ,ଭୁବନେଶ୍ୱରରୁ ଅସ୍ତରଙ୍ଗ ଓ କାକଟପୁର କୁ ମୋ ବସ ଚଳାଚଳ ,କାକଟପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା, କାକଟପୁର ରେ କୋର୍ଟ ପ୍ରତିଷ୍ଠା, ପ୍ରାଚୀ ନଦୀ ର ପୁନରୁଦ୍ଧାର ଓ ପ୍ରଦୂଷଣ ମୁକ୍ତ କରିବା ପ୍ରଭୁତି ୧୪ ଟି ଦାବି ସମ୍ମଳିତ ସ୍ମାରକପତ୍ର ମନ୍ତ୍ରୀ ଶ୍ରୀ ବେହେରା ଙ୍କୁ ପ୍ରଦାନ କରାଯାଇଛି ।ମନ୍ତ୍ରୀ ଶ୍ରୀ ବେହେରା ସମିତି ର ପ୍ରସ୍ତାବ ଗୁଡ଼ିକ ଉପରେ ତର୍ଜମା କରି ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।ସମିତିର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ଡଃ ଜଗବନ୍ଧୁ ଷଡ଼ଙ୍ଗୀ, କାର୍ଯ୍ୟକାରୀ ସଭାପତି ଡ଼ଃ ଉପେନ୍ଦ୍ର ସାହୁ ,ସାଧାରଣ ସମ୍ପାଦକ ମର୍ଦ୍ଧରାଜ ବିଶ୍ଵାଳ ,ସହ ସମ୍ପାଦକ ତପନ କୁମାର ସ୍ବାଇଁ ,ଓ ଉପଦେଷ୍ଟା କମିଟି ସଭ୍ୟ ସ୍ଵପ୍ନେଶ୍ୱର ସାହୁ ପ୍ରମୁଖ ସାମିଲ ଥିଲେ ।
Related Stories
November 25, 2024