
-
ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ଆହତ
ଯାଜପୁର, ଯାଜପୁର ରୋଡ୍ ଧନେଶ୍ଵର ଛକରେ ଥିବା କବାଡ଼ି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁ ଲିଭାଉଥିବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।
ତେବେ କବାଡି ଗୋଦାମରେ କିପରି ନିଆଁ ଲାଗିଲା ତା’ର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ନିଆଁରେ କବାଡି ଗୋଦାମଟି ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ୩ ଜିଲ୍ଲାରେ ଶବ୍ଦ ସହ ଉକ୍ତ ଅଗ୍ନିକାଣ୍ଡର କିଛି ସମ୍ପର୍କ ନଥିବା ସୂଚନା ମିଳିଛି । ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଆଜି ପୂର୍ବାହ୍ନରେ ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଂଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ହେଲେ କେଉଁ କାରଣରୁ ଏଭଳି ଶବ୍ଦ ହେଲା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ ।