ଭୁବନେଶ୍ୱର, ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଦ୍ୱିତୀୟ ଦିନ ମଧ୍ୟ ପଚରା ଉଚୁରା ପାଇଁ ଇଡି କାର୍ଯାଳୟରେ ପହିଂଚିଛନ୍ତି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ବେଳେ କିଛି ଗଣମାଧ୍ୟମ ଉପରେ ବର୍ଷି ଛନ୍ତି । ସେ କହିଛନ୍ତି ଯେ କିଛି ଚ୍ୟାନେଲ ଦାୟିତ୍ୱହୀନ ଭାବେ ଖବର ପରିବେଷଣ କରୁଥିବା ସେ ଅଭିଯୋଗ କରିଛନ୍ତି । ମୁଁ ପୀଡ଼ିତ, ଏଭଳି ମିଥ୍ୟା ଖବର ପରିବେଷଣ ଠିକ୍ ନୁହେଁ । ଯାହା ନାଁରେ ଖବର କରୁଛନ୍ତି, ସେ ହୁଏତ ଆପଣଙ୍କ ସଂପର୍କୀୟ ହୋଇପାରନ୍ତି । ହୋଇପାରେ ସେ ଆପଣଙ୍କ ଭାଇ, ବାପା, ମାମୁ, ଦାଦା ହୋଇ ପାରନ୍ତି । ହେଲେ ମନ ଇଚ୍ଚା ଲେଖୁଥିବାରୁ ସମସ୍ତଙ୍କୁ ମୁଁ କୋର୍ଟକୁ ନେଇପାରେ ବୋଲି ଅକ୍ଷୟ ପରିଜା ଧମକ ଦେଇଛନ୍ତି ।
Related Stories
November 24, 2024
November 24, 2024