ଭୁବନେଶ୍ୱର/ ପଦ୍ମପୁର, ପଥରଖେଲା ଗାଁରେ ମୋତେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହୋଇଥିଲା । ବିଜେଡି ନେତା ତଥା ମନ୍ତ୍ରୀ ନବ କିଶୋର ଦାଶଙ୍କ ଇଶାରାରେ ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର ହୋଇଥିଲା । ପଦ୍ମପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଲୋକଙ୍କ ସାହାଯ୍ୟ ପାଇଁ ସେ ବଞ୍ଚି ଯାଇଥିଲେ । ସେ କହିଛନ୍ତି ଯେ ଯଦି ଆକ୍ରମଣ କରିବାର ଅଛି ତେବେ ତାଙ୍କୁ ଆକ୍ରମଣ କରନ୍ତୁ ହେଲେ ବିଜେପି କାର୍ଯକର୍ତାଙ୍କ ଉପରେ ଆକ୍ରମଣ କରନ୍ତୁ ନାହିଁ ।
ଏହା କହିବା ବେଳକୁ ପ୍ରଦୀପ ଭାବୁକ ହୋଇ ପଡିଥିଲେ ଓ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ଥିବା ବେଳେ କାହିଁକି ବିଜେଡି ରକ୍ତମୁଖା ହେଉଛି ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି । ଟୁକୁନି ସାହୁ, ସୁଶାନ୍ତ ସିଂ ଓ ରାଜେନ୍ଦ୍ର ଢୋଲକିଆ ମଧ୍ୟ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ।