ଜୟପୁର,ବୋରିଗୁମ୍ମା ଥାନା ସମ୍ମୁଖର ଏକ ଚାହା ଦୋକାନ ନିକଟ ରୁ ଦୁଇ ଲକ୍ଷ ଟଙ୍କା ଲୁଟ। ଚାହା ଦୋକାନ ରେ ଜଣେ ବ୍ୟକ୍ତି ବାଇକ ରଖି ନିଜ ସାଙ୍ଗ ସହ କଥାବାର୍ତ୍ତା ହେଉଥିଲେ।ଏହି କମ ସମୟ ମଧ୍ୟରେ ତାଙ୍କ ବାଇକ ରେ ଅଳେଇ ଥିବା ଟଙ୍କା ବେଗ କୁ ଲୁଟି ନେଇ ଛୁ ମାରିଲେ ଲୁଟେରା।
ସୂଚନା ଅନୁଯାୟୀ ଆଜି ବୋରିଗୁମ୍ମା ଷ୍ଟେଟ ବ୍ୟାଙ୍କ ରୁ ଟେଙ୍କର ଗ୍ରାମର ଗଣେଷ ନାମକ ବ୍ୟକ୍ତି ଦୁଇ ଲକ୍ଷ ଟଙ୍କା ଉଠାଇଥିଲେ।ଟଙ୍କା ନିଜ ବାଇକ ରେ ଏକ ବ୍ୟାଗ ରେ ରଖି ଥାନା ସମ୍ମୁଖରେ ରେ ଥିବା ଚାହା ଦୋକାନ ରେ ନିଜ ସାଙ୍ଗସାଥି ଙ୍କ ସହ କଥାବାର୍ତ୍ତା କରୁଥିଲେ।ସେହିସମୟରେ ଲୁଟେରା ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲା। ଏ ସମ୍ପର୍କରେ ଗଣେଷ ବୋରିଗୁମ୍ମା ଥାନାରେ ଜଣାଇଥିଲେ।ବୋରିଗୁମ୍ମା ପୋଲିସ ଷ୍ଟେଟ ବ୍ୟାଙ୍କ କୁ ଯାଇ ସିସି ଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।