ଜୟପୁର , କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଦ୍ବାରା ୨୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ।ଅପରେସନ ଗ୍ରୀନକ୍ଳିନ ରେ ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଅଭିଯୁକ୍ତ ଚାଷୀଙ୍କୁ ଗିରଫ କରିଛି ପୋଲିସ ।କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଗଡ଼ିହଞ୍ଜର ପଞ୍ଚାୟତ ଏନୁଙ୍ଗୁ ଗ୍ରାମରେ ବିପୁଳ ପରିମାଣ ର ଗଞ୍ଜେଇ ଚାଷ ନଷ୍ଟ କରୁଛି ପୋଲିସ ।
ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ରୁ କଡା ସୁରକ୍ଷା ରେ ମାଛକୁଣ୍ଡ ,କୋରାପୁଟ ପୋଲିସ,ଡି.ବି. ଏଫ,ଅବକାରୀ,ବିଭାଗ ବନ ବିଭାଗଏବଂ ସ୍ଥାନୀୟ ମାଜିଷ୍ଟ୍ରେଟ ଙ୍କ ଉପସ୍ତିତିରେ ପ୍ରାୟ ୨୫ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି ।ଏହାର ମୂଲ୍ୟ ୨୫ କୋଟିରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ର କଡା ପଦକ୍ଷପ ପରେ ପାଡୁଆ ଲମତାପୁଟ ଅଞ୍ଚଳରେ ଚଳିତ ବର୍ଷ ୫୦ ଭାଗ ଗଞ୍ଜେଇ ଚାଷ ବନ୍ଦ ହୋଇଥିବା ଏସଡ଼ିପିଓ ସୂଚନା ଦେଇଛନ୍ତି ।ଏବଂ ଗତବର୍ଷ କୋରାପୁଟ ଜିଲ୍ଲା ରେ ୮୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ମାଛକୁଣ୍ଡ ଏବଂ ପାଡୁଆ ଅଞ୍ଚଳରେ ୬୦୦ ଏକର ଗଞ୍ଜେଇ ନଷ୍ଟ କରଯାଇଥିଲା ।ଚଳିତ ବର୍ଷ ଲୋକଙ୍କୁ ସଚେତନ କରିବା ସହ ଗଞ୍ଜେଇ ଚାଷ ନଷ୍ଟ କରି ସମ୍ପୂର୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ପୋଲିସ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛି ।