କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ୫୦ ହଜାର ବିଜେଡି ସଭ୍ୟ କରାଯିବ । ଏହାସହିତ ସମଗ୍ର ଜିଲ୍ଲାର ବିଜେଡି ପକ୍ଷରୁ ୨ଲକ୍ଷ ସଭ୍ୟ ସଂଗ୍ରହ କରାଯିବ । ଏ ନେଇ ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ କରାଯାଇଛି । ଜିଲ୍ଲାରେ ନୂତନଭାବେ ୨ ଲକ୍ଷ ସଭ୍ୟ ସଂଗ୍ରହ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଅଭିଯାନକୁ ପ୍ରତି ଗ୍ରାମରେ ପହଁଚାଇବାକୁ ଉଦ୍ୟମ କରାଯିବ । ଗ୍ରାମ ପଂଚାୟତ ସ୍ତରରେ ପ୍ରତି ୱାର୍ଡରେ ୪ଜଣ ସକ୍ରିୟ ସଭ୍ୟ ଓ ମ୍ୟୁନିସିପାଲିଟି ଅଂଚଳରେ ପ୍ରତି ୱାର୍ଡରେ ୫ଜଣ ଲେଖାଏ ସକ୍ରିୟ ସଭ୍ୟ ଏହି ଅଭିଯାନକୁ ଅଧିକ ଗତିଶୀଳ କରାଇବେ । ଏହି ସକ୍ରିୟ ସଦସ୍ୟମାନେ ପ୍ରତ୍ୟେକ ୨୫ ଜଣ ଲେଖାଏ ନୂତନ ବ୍ୟକ୍ତିଙ୍କୁ ବିଜେଡିର ପ୍ରାଥମିକ ସଭ୍ୟଭାବେ ପଞ୍ଜିକୃତ କରାଇବା ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ର ରହିଥିବାରୁ ପ୍ରତି ବିଧାନସଭା କ୍ଷେତ୍ର ପାଇଁ ଅନ୍ୟୂନ ୪୦ ହଜାର ଲେଖାଏ ନୂତନ ସଭ୍ୟ ସଂଗ୍ରହ କରାଯିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲ୍ଲା ନିର୍ବାଚନ ପ୍ରଭାବୀ ବିଧାୟକମାନଙ୍କ ପରାମର୍ଶ କ୍ରମେ ଏହି ଅଭିଯାନକୁ ଚୂଡାନ୍ତ ରୂପରେଖ ଦେବେ ବୋଲି ସୂଚନା ମିଳିଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ଶଶିଭୂଷଣ ବେହେରା ମଙ୍ଗଳବାରଦିନ ନିର୍ବାଚନ ମଣ୍ଡଳୀରେ ଅଭିଯାନକୁ ଆଗେଇ ନେବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ପଂଚାୟତ ସମିତି ଅଧ୍ୟକ୍ଷ ଅନାମ ବଂଧୁ ଧଳ, ବ୍ଲକ ସଭାପତି ଆଲୋକ ସାହୁ, ବିଧାୟକଙ୍କ ପ୍ରତିନିଧି ଶିବପ୍ରସାଦ ଭଳ, ଯୁବନେତା ରାଜେଶ ପଣ୍ଡା, ରଂଜିତ୍ ସାହୁ, ଛାତ୍ର ନେତା ପ୍ରଦୀପ ସାହୁ ପ୍ରମୁଖଙ୍କ ସହ ବିଚାର ବିମର୍ଶ କରିଥିଲେ ।
Hi, I do believe this is a great website. I stumbledupon it 😉 I will return yet again since I
saved as a favorite it. Money and freedom is the best way to change, may you be rich
and continue to guide other people. Its such as you learn my thoughts!
You appear to understand so much approximately
this, such as you wrote the guide in it or something.
I think that you could do with some p.c.
to drive the message house a bit, but instead of that,
that is great blog. An excellent read. I will
definitely be back. Ahaa, its pleasant conversation concerning this article here at this webpage, I have read
all that, so at this time me also commenting at this
place. http://house.com