ଭଦ୍ରକ – ଏହି ଜିଲାର ଧାମନଗର ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଧୁଷୁରୀରେ ଥିବା ଡାକ୍ତରଖାନାଟିରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି। ସ୍ଥାନୀୟ ଅଂଚଳର ହଜାର ହଜାର ଲୋକଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏହି ଡାକ୍ତରଖାନାଟି ମୁଖ୍ୟ ମାଧ୍ଯମ ହୋଇଥିବାବେଳେ ଏଥିରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀମାନେ ବିଳମ୍ବରେ ଆସିବା ଘଟଣା ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏ ସଂପର୍କରେ ସ୍ଥାନୀୟ ଲୋକେ ଅନେକଥର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିେଯାଗ କଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହó। ପ୍ରତିଦିନ ବିଭିନ୍ନ ଦୂର ଦୂରାନ୍ତରୁ ଆସୁଥିବା ଅସୁସ୍ଥ ଲୋକେ ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ ଡାକ୍ତରଖାନା ବାହାରେ ଅପେକ୍ଷା କରିବା ଘଟଣା ଆଜି ଲୋକଙ୍କ ମଧ୍ଯରେ ଅସନ୍ତୋଷ ସୃଷ୍ଟି କରିଥିଲା। ଫଳରେ ବାଧ୍ଯହୋଇ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଚାବି ପକାଇ ତାଲାପକା ଆନ୍ଦୋଳନ କରିଥିଲେ। ଦିନ ପ୍ରାୟ ୧୦ଟା ପରେ ଡାକ୍ତର ଓ କର୍ମଚାରୀମାନେ ସେଠାରେ ପହôବା ପରେ ଲୋକମାନଙ୍କ ମଧ୍ଯରେ ଉେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଥାନା ପକ୍ଷରୁ ବୁଝାସୁଝା କରିବା ପରେ ଏହି ତାଲାପକା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏଠାରେ ସୂଚନାେଯାଗ୍ୟ ଏହି ଡାକ୍ତରଖାନା ଉପରେ ୧୨ଟି ପଂଚାୟତର ଲୋକେ ନିର୍ଭର କରନ୍ତି।
Related Stories
January 4, 2025