ଭୁବନେଶ୍ୱର,ପରିବେଶ ପ୍ରଦୂଷଣକୁ ରୋକିବା ଉଦ୍ଦେଶ୍ୟ ନେଇ କୋରାପୁଟ ଜିଲ୍ଲାରେ ଥିବା ଦେଓମାଳି ପର୍ବତରେ ରାତ୍ରିଯାପନ କିମ୍ବା ସଂଧ୍ୟା ପରେ ବୁଲିବା ଉପରେ କଟକଣା ଲଗାଯାଇଛି। କୋଟାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ରାତ୍ରିଯାପନକୁ ବାରଣ କରିବା ସହ ଆସନ୍ତା ୬୦ ଦିନ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ସେହି ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି।
ଦେଓମାଳି ପର୍ବତକୁ ବୁଲିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସେଠାରେ ଟେଣ୍ଟ ପକାଇ ରାତ୍ରି ଯାପନ କରିଥାନ୍ତି। ଏହାସହ ନିଆଁ ଜାଳି ଥାନ୍ତି । ତେଣୁ ଏହା ଦ୍ୱାରା ଦେଓମାଳିର ପ୍ରାକୃତିକ ପରିବେଶ ଉପରେ ପ୍ରଭାବ ପଡିବା ସହ ପରିବେଶ ପ୍ରଦୂଷଣର ଆଶଙ୍କା ରହିଛି। ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷେଧାଦେଶ ଜାରି କରିଛନ୍ତି।