ଭୁବନେଶ୍ୱର,ବହୁଚର୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତନ ନିର୍ଦେଶାଳୟରେ ଆଉ ଜଣେ ବ୍ୟବସାୟୀ ହାଜର ହୋଇଥିବା ଜଣାଯାଇଛି। ଅମୀୟକାନ୍ତ ଦାସ ନାମକ ଏହି ବ୍ୟବସାୟୀଜଣକ ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଅର୍ଚ୍ଚନାଙ୍କ ସହ ଲକ୍ଷ ଲକ୍ଷଟଙ୍କାର ନେଣଦେଣ କରିଥିବା ନେଇ କୁହାଯାଉଛି ।
ବ୍ୟବସାୟୀ ଅମୀୟକାନ୍ତ ଦାସ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ପଠାଇଥିଲେ ବୋଲି କୁହାଯାଉଛି। ଏ ବିଷୟରେ ତଥ୍ୟ ହାସଲ କରିବାକୁ ଇଡି ପୂର୍ବରୁ ଉକ୍ତ ବ୍ୟବସାୟୀଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ କରାୟାଉଥିଲା ।
ଅନ୍ୟ ପକ୍ଷରେ ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେବାର ସମ୍ଭାବନା ରହିଛି ।