ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଝଲପ୍ ଗ୍ରାମରେ ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ୍ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ୍ କୁଶଳକର ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରିବାକୁ ଯାଇଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଜନ ଶୁଣାଣୀ କାର୍ଯକ୍ରମରେ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାରେ ଶାରୀରିକ ବିକଳାଙ୍ଗ ବିବାହ ପ୍ରୋତ୍ସାହନ ୨ ଲକ୍ଷ ୫୦୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ବିଭନ୍ନ ପେନସନ୍ ଯୋଜନାରେ ୧୭ ଜଣଙ୍କୁ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଥିଲା।
ଏଠାରେ ଲୋକସେବା ଶିବିର ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଉଭୟେ ଯୋଗଦେଇ ଥିଲାବେଳେ ଉନ୍ନୀତ ହାଇସ୍କୁଲ ପରିଦର୍ଶନ କରିବା ସହିତ ଏସପି ଶ୍ରୀ କୁଶଳକର ଶ୍ରେଣୀଗୃହ ଭିତରେ ନିଜେ ପିଲାମାନଙ୍କୁ କ୍ଳାସ ନେଇ ଥିବା ବେଳେ ସେମାନଙ୍କ କାର୍ଯ୍ୟକଳାପରେ ଖୁସି ବ୍ୟକ୍ତ କରିଥିଲେ।