
ଭଦ୍ରକ – ଭଦ୍ରକ ରୋଟାରୀ କ୍ଲବ୍ ମିଡ୍ଟାଉନ୍ ଓ ଆଳିକ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଆଳିକ ପରିବହନ ଅଧିକାରୀ ବିରô ନାରାୟଣ ଅଧିକାରୀ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ, ଭଦ୍ରକ ରୋଟାରୀ କ୍ଲବ୍ ମିଡ୍ଟାଉନ୍ ସଭାପତି ଅତିଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ସଡକ ସୁରକ୍ଷା-ଜୀବନ ରକ୍ଷା, ଦ୍ରୁତ ଗତି-ମହାବିପି, ଗାଡି ଚଳାଇବା ବେଳେ ମୋବାଇଲ୍କୁ ନା, ସର୍ବଦା ହେଲମେଟ୍ ପିନ୍ଧନ୍ତୁ, ସିଲ୍ଝ ବେଲ୍ଝ ବାନ୍ଧନ୍ତୁ, ମଦ ଛାଡନ୍ତୁ, ନିଜକୁ ସୁରକ୍ଷିତ ରଖନ୍ତୁ ଭଳି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମହା ପୂର୍ବକ ଜନସାଧାରଣଙ୍କୁ ସଚେତନତା କରାଇଥିଲେ। ଏଠାରେ ପ୍ରକାଶ ଥାଉକି ବିନା ହେଲମେଟ୍, ବେପରୁଆ ଗାଡିଚାଳନା, ଟ୍ରାଫିକ୍ ନିୟମର ଉଲ୍ଲଂଘନ, ମଦ୍ୟପାନ କରି ଗାଡି ଚଳାଇବା ଭଳି ବହୁ କାରଣରୁ ଅସମୟରେ ବହୁ ଧନଜୀବନ ହାନି ଘଟୁଛି। ପ୍ରତିଦିନ ଆମ ଦେଶରେ ହାରାହାରି ୧୨୮୪ ଟି ସଡକ ଦୁର୍ଘଟଣା ଘଟି ଦୈନିକ ୪ ଶହ ଓ ବାର୍ଷିକ ଦେଢଲକ୍ଷ ଲୋକଙ୍କର ମୃତୁ୍ୟ ଘଟୁଛି। ଏହି ଦୁର୍ଘଟଣାରେ ୨୫ ପ୍ରତିଶତ ଦୁଇଚକିଆ ଯାନ ଜନିତ ୨୨ ରୁ ୩୪ ବର୍ଷ ମଧ୍ଯରେ ଥିବା ଯୁବପିଢି ସର୍ବାଧିକ ଶୀକାର ହେଉଛନ୍ତି। ଏଣୁ ଏ ଦିଗରେ ସମସ୍ତଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏହି ଶୋଭାଯାତ୍ରା ବେଶ୍ ଲୋକାଭିମୁଖୀ ହୋଇଥିଲା। ଏହି ଶୋଭାଯାତ୍ରାକୁ ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ସମରେନ୍ଦ୍ରନାଥ ମିଶ୍ର, ମୁରାଦ ଅଲ୍ଲୀ ଖାନ୍ ଓ ଅକ୍ଷୟ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ଡିସେମ୍ବର ୧ ରୁ ନୂତନ ମୋଟର ଯାନ ଚଳାଚଳ ଆଇନ୍ କଡାକଡି ଭାବେ ଲାଗୁ ହେବାକୁ ଯାଉଥିବାବେଳେ ଏଭଳି କାର୍ଯ୍ୟକ୍ରମ ଲୋକଙ୍କୁ ନିଶ୍ଚିତ ଭାବେ ଅଧିକ ସଚେତନ କରାଇବ ବୋଲି ଆଳିକ ପରିବହନ ଅଧିକାରୀ ସୂଚନା ଦେଇଥିଲେ।