
ଭଦ୍ରକ- ଭଦ୍ରକ ମହିଳା ମହାବିଦ୍ୟାଳୟ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଭିତରେ ମୁଖ୍ୟତଃ ୩ଟି ଦାବି ନେଇ ଆଜି ଧାରଣା ଦେଇଛନ୍ତି। କଲେଜରେ ଚାକିରୀ କରୁଥିବା କର୍ମଚାରୀମାନେ ୨୫ ବର୍ଷରୁ ଉଦ୍ଧ୍ର୍ବ ହେବ ଏଠାରେ ସମୟ କଟାଇଥିଲେ ବି ଏପର୍ଯ୍ୟନ୍ତ ସେମାନେ ନିୟମିତ ହୋଇପାରିନାହାଁନ୍ତି। ଇପିଏଫ୍ ମାସିକ ଦରମାରୁ କଟୁଥିଲେ ଦରମା ବୃଦ୍ଧି ନହେବା ସହ ସେମାନଙ୍କୁ ନିୟମିତ କରାଯାଉନାହó। ଏହିଭଳି ସମସ୍ୟାର ସମାଧାନ କ୍ଷେତ୍ରରେ ସେମାନେ ବିଗତ ଦିନରେ ବହୁବାର ଅଧ୍ଯକ୍ଷଙ୍କୁ ଜଣାଉଥିଲେ ବି ତାହାର ସମାଧାନ କ୍ଷେତ୍ରରେ ସେ କର୍ଣ୍ଣପାତ କରୁନାହାଁନ୍ତି। ଫଳାରେ ଉକ୍ତ ସମସ୍ୟାର ସମାଧାନ ଦାବିରେ ଆଜି କଲେଜର କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଏ ସଂପର୍କରେ ମହାବିଦ୍ୟାଳୟର ଅଧ୍ଯକ୍ଷଙ୍କୁ େଯାଗାେଯାଗ କରିବାରୁ ସେ ସମସ୍ତ ବିଷୟ ଅବଗତ ଥାଇ ତାହା ପରିଚାଳନା କମିଟିକୁ ଜଣାଇ ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ଗଣମାଧ୍ଯମକୁ କହିଛନ୍ତି।