
ବଲାଙ୍ଗିର ,ଗତକାଲି ବଲାଙ୍ଗିର ବନବିଭାଗ ପକ୍ଷରୁ 10 ଟି ଶାଳ ଗଣ୍ଡି ଜବତ କରିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହାନ୍ତି I ଘଟଣା ରୁ ପ୍ରକାଶ ଯେ ଦେଓଗାଁ ରେଞ୍ଜ ର କର୍ମଚାରୀମାନେ ଗତ ୨୦ ତାରିଖରେ, ପ୍ରାୟ ଦିନ 11 ଟା ବେଳେ ସିରବାହାଲ ଗ୍ରାମରେ ଯାଇ 10 ଟି ଶାଳ ଗଣ୍ଡି ଜବତ କରିଥିଲେ. ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ। ଏହି ଘଟଣାର ତଦନ୍ତ ଚାଲିଛି। ଏହି ରେଞ୍ଜ ର ଅଧିକାରୀ ଶ୍ରୀ ଆଲୋକ ମାଝୀଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା. ଏହି ଚଢ଼ାଉରେ ଶ୍ରୀ ପିଙ୍କୁ ଭୋଇ, ଫରେଷ୍ଟର; ଶ୍ରୀ ବିପିନ୍ ବିହାରୀ ଭୋଇ, ଫୋରେଷ୍ଟ ଗାର୍ଡ ସହିତ ପାରା କର୍ମଚାରୀଙ୍କ ସାମିଲ ଥିଲେ ।