
କନ୍ଧମାଳ,ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କନ୍ଧମାଳ ଜିଲ୍ଲା ତରଫରୁ ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଜିଲ୍ଲା ସ୍ତରୀୟ ଝାନ୍ସୀରାଣୀ ଲକ୍ଷ୍ମୀ ବାଇଙ୍କ ଜନ୍ମ ଜୟନ୍ତୀ ଫୁଲବାଣୀ ସ୍ଥିତ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳନ କରାଯାଇଥିଲା। ଏହି ଝାନ୍ସୀରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଏବିଭିପି ତରଫରୁ ଆୟୋଜନ କରାଯାଇଥିଲା। ଯାହାକି ସଙ୍ଗୀତ, ନୃତ୍ୟ, ବକ୍ତୃତା, ଚିତ୍ରାଙ୍କନରେ କନ୍ଧମାଳ ଜିଲ୍ଲାର ପ୍ରତ୍ଯୋକ କଲେଜ କ୍ୟାମ୍ପସରୁ ପ୍ରାୟ ୨୦୦ ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିଛନ୍ତି ।
ଏଥିରେ ମୁଖ୍ୟ ଅତିଥି ଭାବେ ଅସିତ ନନ୍ଦ, ମୁଖ୍ୟବକ୍ତା ଭାବେ ଗୋପୀନାଥ ରାଉତ ଏବଂ ସମ୍ମାନୀତ ଅତିଥି ଭାବେ ରମେଶ ଚନ୍ଦ୍ର ମହାନ୍ତି, ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ରୁଦ୍ର ପ୍ରସାଦ ସେଠୀ ଏବଂ ଛାତ୍ରୀ ତଅପୋଇ କହଁର ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ନିଜର ଅଭିଭାଷଣ ରଖିଥିଲେ।