
ରାଉରକେଲା, ରାଉରକେଲା ସହରର ପ୍ରବେଶ ସ୍ଥଳରେ ରହିଛି ପାନପୋଷ ବସ୍ତି। ଏଠାରେ ଥିବା ପାନପୋଷ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୧୦୦ ବର୍ଷ ପୁରିଲାଣି, ହେଲେ ଦିର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଏହି ସରକାରୀ ବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ବଦଳରେ କାମଚଳା ପ୍ରଧାନ ଶିକ୍ଷକରେ କାମ ଚାଲିଛି। ୨ ଜଣ ପ୍ରଧାନଶିକ୍ଷକ ଏଠାକୁ ଆସିଥିଲେ ବି ସେମାନଙ୍କୁ ଅନ୍ୟତ୍ର ପଠାଯାଇ ଜଣେ କନିଷ୍ଠ ଶିକ୍ଷୟତ୍ରୀଙ୍କୁ ଦାୟିତ୍ଵରେ ରଖାଯାଇଛି। ଫଳରେ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ନାନା ପ୍ରଶ୍ନ ଉଠିବା ସହ ଏହି ବିଦ୍ୟାଳୟରେ ପ୍ରଶାସନିକ ବ୍ୟବସ୍ଥା ଭୁଷୁଡି ଏହାର ସୁନାମକୁ ନଷ୍ଟ କରିବାରେ ଲାଗିଛି । ତେଣୁ ଫାଇଭ-ଟି ବ୍ୟବସ୍ଥା ଭିତରେ ଥିବା ଶିକ୍ଷା ବ୍ୟବସ୍ଥାକୁ କିଭଳି ସୁନ୍ଦରଗଡ ଜିଲ୍ଲାରେ ପରିଚାଳନା କରାଯାଉଛି ତାହାର ଏହା ଏକ ନମୁନା ବୋଲି କୁହାଯାଉଛି ।
ସୁନ୍ଦରଗଡ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସବୁବେଳେ ପୌରାଂଚଳ ଗୁଡିକରେ ଠିକ ଚାଲିଥାଏ କାରଣ ଏଠାରେ ରହିଥିବା ଅଧିକାରୀ ମାନଙ୍କର ନଜର ପ୍ରାୟ ବିଦ୍ୟାଳୟ ଗୁଡିକ ଉପରେ ସବୁବେଳେ ରହିଥାଏ । ଏହି ବିଦ୍ୟାଳୟରେ ଦିର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ପଦବୀ କାମଚଳାରେ ଚାଲିଛି । ପୂର୍ବରୁ ଥିବା ବଳ ନାମକ କାମଚଳା ପ୍ରଧାନ ଶିକ୍ଷୟତ୍ରୀ ଦିର୍ଘ ଦିନ କାମଚଳା ଭାବେ ରହିଥିଲେ। ସେ ପାନପୋଷ ବାସିନ୍ଦା ଥିଲେ, ତାଙ୍କ ବିରୋଧରେ ସେ ସମୟରେ ଏହିଭଳି ନାନା ଅଭିଯୋଗ ହେଉଥିବା ବେଳେ ସେ ସବୁବେଳେ କହୁଥିଲେ ସରକାରୀ ଦଳ ତାଙ୍କ ପଛରେ, ଓକିଲ ତାଙ୍କ ପାଖରେ ଅଛନ୍ତି, ତେଣୁ ସେ ଯାହା ବି କଲେ ସମସ୍ତେ ନିରବ ଥିଲେ । ଏହିଭଳି ମନମାନି ଭିତରେ ସେ ଜଣେ ଗରୀବ ଛାତ୍ରୀଙ୍କର ଦଶମ ଶ୍ରେଣୀ ଫର୍ମ ଫିଲପ ମଧ୍ୟ କଲେ ନାହିଁ, ପିଲାଟି ପରୀକ୍ଷା ଦେବାରୁ ବଂଚିତ ହୋଇ କାନ୍ଦିବାରୁ ତାର ଅଭିବାବକ ବିଦ୍ୟାଳୟକୁ ଆସିଥିଲେ, ହେଲେ ତାଙ୍କୁ ବୁଝାଇ ଦିଆଗଲା ବ୍ୟସ୍ତ ହୁଅନି ପରୀକ୍ଷା ଦେବ ତମ ଝିଅ । ଏକଥା ସେ ସମୟରେ ଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ପାଖରେ ପହଁଚିଥିଲା, ସେ ଉଦ୍ୟମ କରି ପିଲାଟିକୁ ପରୀକ୍ଷା ଦେବାରେ ସାହାଯ୍ୟ କରିଥିଲେ । ପରେ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିବା ସହ ଅନ୍ୟତ୍ର ବଦଳି ମଧ୍ୟ କରିଥିଲେ ଜିଲ୍ଲାପାଳ, କିନ୍ତୁ ତାଙ୍କ ସମୟରେ ଆସିଥିବା ସରକାରୀ ଅର୍ଥକୁ ନେଇ ନାନା କଥା କୁହାଯାଉଥିଲେ ବି ତାର ଆଦି ଅନ୍ତ ମିଳିଲା ନାହିଁ ।
ଖାଲି ସେତିକି ନୁହେଁ ଜଣେ ୭ମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଘରେ ତାଙ୍କ ବାପା ଦେଉଥିବା ନିର୍ଯ୍ୟାତନାକୁ ନେଇ ଛାତ୍ରୀ ଜଣକ ଦିନେ ଘରକୁ ନଯାଇ କାନ୍ଦିବା ଘଟଣାରେ ଶିକ୍ଷକ ମାନେ ହସ୍ତକ୍ଷେପ କରିଥିଲେ ପରେ ଜଣେ ନାରୀ ନେତ୍ରୀ ସେଥିରେ ହସ୍ତକ୍ଷେପ କଲେ ଓ କିଛି ଶିକ୍ଷୟତ୍ରୀ ମାନେ ସାକ୍ଷୀ ପଡିବାରୁ ଝିଅଟି ନ୍ୟାୟ ପାଇଲା ଓ ଅଭିଯୁକ୍ତକୁ ଆଜୀବନ ସଜା ହେଲା । ଏ ସମସ୍ତ କାରବାର ଜାଣି ମଧ୍ୟ ସେ ସମୟର ବିଇଓ ଡିଇଓ ତଥା ଅନ୍ୟ ବାବୁ ମାନେ ନୀରବ ରହିଥିଲେ । ତାପରେ ଆଶା କରାଯାଉଥିଲା ଏଠାରେ ଜଣେ ନିୟମିତ ପ୍ରଧାନ ଶିକ୍ଷୟତ୍ରୀ /ଶିକ୍ଷକ ରହିବେ ଓ ଦିର୍ଘ ଦିନରୁ ଥିବା ସମସ୍ୟାର ସମାଧାନ ହେବ, କିନ୍ତୁ ହେଲାନି ମାଡାମଙ୍କ ସମୟରେ ଆସିଥିବା ପଇସା ପତ୍ର ଆଦିର ହିସାବ ପତ୍ରକୁ ନେଇ ଅନେକ ଡରିଲେ କେହି ଆସିବାକୁ ରାଜି ହେଲେନି, ସିନିଅର ଶିକ୍ଷକ ଥିବା ସତ୍ବେ ସେହି ବିଦ୍ୟାଳୟରେ କାମକରୁଥିବା କନିଷ୍ଠ ଶିକ୍ଷୟତ୍ରୀ ପ୍ରତିଭା ସ୍ଵାଇଁଙ୍କୁ ସେହି ଦାୟିତ୍ଵରେ ରଖାଗଲା । ସେ ମଧ୍ୟ ସେହି ପାନପୋଷ ବାସିନ୍ଦା । ତା ଭିତରେ ହାଇସ୍କୁଲ ଓ ପ୍ରାଇମେରୀ ସ୍କୁଲକୁ ମିଶାଇ ଗୋଟାଏ ସ୍କୁଲ କରାଯାଇ ସାରିଥିଲା । ଏତେ ବଡ ବିଦ୍ୟାଳୟ, ୫୦୦ ପିଲା, ନାନା ସମସ୍ୟା ଏଠାରେ ରହୁଛି, ସେ ଦିଗକୁ କେହି ନଦେଖି ଜଣେ କନିଷ୍ଠଙ୍କୁ ଦାୟିତ୍ଵରେ ରଖାଜିବା, ପ୍ରଧାନ ଶିକ୍ଷକ ମାନେ ବଦଳି ହୋଇ ଏଠାକୁ ଆସିବା ପରେ ପୁଣି ତାଙ୍କୁ ପଠାଇ ଦିଆଜିବା ପଛରେ କାହାର ଉଦ୍ଦେଶ୍ୟ ସାଧନ ହେଉଛି ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ତେବେ ବର୍ତମାନ ଥିବା କାମଚଳା ପ୍ରଧାନ ଶିକ୍ଷୟତ୍ରୀ ଜଣେ ଭଲ ଇଁରାଜୀ ଶିକ୍ଷକ, ସେ ପିଲା ମାନଙ୍କୁ ପଢାଇପାରୁନାହାନ୍ତି । ବିଦ୍ୟାଳୟରେ କିରାଣୀ କାମ ସହ କେତେବେଳେ ବିଧାୟକ ଆସିବେ, ଆଉସବୁ କଣ କର୍ଯ୍ୟକ୍ରମ ହେବ ଓ ସୁନ୍ଦରଗଡ ଯିବା ଭିତରେ ସେ ବ୍ୟସ୍ତ ରହୁଥିବାରୁ ଏଠାରେ ଶିକ୍ଷା ବ୍ୟବସ୍ଥା ବାଟବଣା ହେବାରେ ଲାଗିଛି । ପ୍ରାଇମେରୀ ଓ ହାଇସ୍କୁଲ ଏକ୍ ହେବା ପରେ ମଧ୍ୟ ପ୍ରାଇମେରୀ ହାଇସ୍କୁଲ ନେଇ ମତପାର୍ଥକ୍ୟ ଏଠାରେ ରହିଛି। ପ୍ରାଇମେରୀ ଶିକ୍ଷକ ଅନୁପସ୍ଥିିତ ଥିଲେ ହାଇସ୍କୁଲ ଶିକ୍ଷକ ପ୍ରାଇମେରୀକୁ ଯିବା ଲାଗି ନାରାଜ। ଏହାକୁ ସମାଧାନ କରାଯାଇପାରୁନି। ହାଇସ୍କୁଲ ପିଲା ମାନେ ଶିକ୍ଷକ ନଥିବା ବେଳେ ବାହାରେ ବୁଲିବା, ଶିକ୍ଷକ ମାନଙ୍କ ପାଇଖାନାରେ ଫିନାଇଲ ବ୍ୟବହାର ହେଉଥିବା ବେଳେ ପିଲାମାନଙ୍କ ପାଇଖାନାରେ ପାଣି ଅଭାବ ସାଙ୍ଗକୁ ଫିନାଇଲ ନପଡି ଦୁର୍ଗନ୍ଧ ସୃଷ୍ଟିହେବା। ଏହାଦ୍ଵାରା ପିଲା ମାନେ ସଂକ୍ରମଣର ଶିକାର ହେବା ଭଳି ସ୍ଥିତିକୁ ଅଣଦେଖା କରାଯାଉଥିିବା ଅଭିଯୋଗ ହେଉଛି ।
ଏହିଭଳି ନାନା ସମସ୍ୟା ଭିତରେ ଶିକ୍ଷକ ମାନେ ତାଙ୍କ କାମ କରିଚାଲିଥିବା ବେଳେ ନିକଟରେ ଜିଲ୍ଲାପାଳ ବିଦ୍ୟାଳୟ ପରିଦର୍ଶନରେ ଆସିବାର କୌଣସି ସଠିକ ସମୟ ନଦେଇ ସକାଳ ୬ଟା ୩୦ରେ ଯାଇଥିବା ପ୍ରାଇମେରୀ ଶିକ୍ଷୟତ୍ରୀ ମାନଙ୍କୁ ୧୧ଟା୩୦ ଜାଗାରେ ଭୋକ ଓପାସରେ ଦିନ ୪ଟା୩୦ ଯାଏ ଅଟକାଇବା, ରାତିଯାଏ ଅଟକାଇବାକୁ ବାଧ୍ୟ କରିବା, ଭୋକ ସହି ନପାରି ଶିକ୍ଷୟତ୍ରୀ ମାନେ ଚାଲିଜିବା ପରେ ଡିଇଓ ସୁନ୍ଦରଗଡ ଆସି ସଂଧ୍ୟାରେ ଏଭଳି ଅବସ୍ଥା ଦେଖିି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେବା, ତାର ଉତର ଶିକ୍ଷୟତ୍ରୀ ମାନେ ଦେବା, ସେ ଉତରକୁ ମନଇଛା ଦାୟିତ୍ଵରେ ଥିବାପ୍ରଧାନ ଶିକ୍ଷୟତ୍ରୀ ବିଇଓ ରାଉରକେଲା ଅଫିସକୁଦେବା ଓ ତାହା ଗ୍ରହଣ ନହେବା ଆଦି ଘଟଣା ବିଦ୍ୟାଳୟ ପରିବେଶ ଓ ଶାସନ ବ୍ୟବସ୍ଥା ତଥା ଏହି କନିଷ୍ଠଙ୍କ କାର୍ଯ୍ୟକୁ ନେଇ ନାନାପ୍ରଶ୍ନ ଉଠିଛି । ଏହାଦ୍ଵାରା ଏଲିମେଂଟାରୀ ଶିକ୍ଷୟତ୍ରୀ ମାନଙ୍କ ମନୋବଳକୁ ଭାଙ୍ଗିଦେବା ଭଳି ସ୍ଥିତି କରାଯାଉଛି ବୋଲି ମତପ୍ରକାଶ ପାଇଛି । ୫-ଟି ବ୍ୟବସ୍ଥାରେ ସରକାର ପିଲାଙ୍କୁ ଉଚିତ ମାନର ଶିକ୍ଷା ସାଙ୍ଗକୁ ସେମାନଙ୍କୁ ସଂସ୍କାର ଶିକ୍ଷା ସହ ଶୃଙ୍ଖଳିତ କରି ଗଢିତୋଳିବାରେ ଅଧିକ ଗୁରୁତ୍ଵ ଦିଆଯାଇଥିବା ବେଳେ ଏ ବିଦ୍ୟାଳୟରେ ସଭାସମିତିକୁ ଅଧିକ ଗୁରୁତ୍ଵ ଦିଆଜିବା ସହ ନିଜର ଗୁରୁତ୍ଵ ସମ୍ମାନ କିଭଳି ଉପର ଅଧିକାରୀଙ୍କ ପାଖରେ ରହିବ ତାକୁ ବେଶି ଗୁରୁତ୍ଵ ଦିଆଯାଉଥିବାର ଅଭିଯୋଗ ହେଉଛି । ସେପଟେ ଏଭଳି ପରିବେଶ ଓ ଗୋଳିଆ ପାଣି ଭିତରେ ନାନା ଲୋକ ନାନା ଫାଇଦା ନେବାରେ ବ୍ୟସ୍ତ ରହୁଥିବାରୁ ଏହି ବିଦ୍ୟାଳୟର ତାର ଅତିତର ଗୌରବ ହରାଇବାରେ ଲାଗିଛି । ଏତେଦିନର ବିଦ୍ୟାଳୟ, ରାଜ୍ୟପାଳ ମଧ୍ୟ ଏଠାକୁ ଆସି ବହୁ ଆଶା କରିଯାଇଛନ୍ତି, ତେଣୁ ଏତେ ବଡ ବିଦ୍ୟାଳୟରେ ଜଣେ କନିଷ୍ଠଙ୍କ ବଦଳରେ ଜଣେ ନିୟମିତ ପ୍ରଧାନଶିକ୍ଷକ ନିଯୁକ୍ତି ଦେଇ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।