ପୁରୀ ,ପୁରୀ ଭାରତ ବିକାଶ ପରିଷଦ ପୂର୍ବକ୍ଷେତ୍ରର ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ପୁରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପୁରୀ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଭବତାରଣ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସଂପାଦକ ଶ୍ରୀଯୁକ୍ତ ବିକ୍ରାନ୍ତ ଖଣ୍ଡେଲୱାଲ, ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଜେନା, ପୂର୍ବକ୍ଷେତ୍ର ସଭାପତି ଶ୍ରୀଯୁକ୍ତ ଦିପକ ରୁଇଆ, ସାଧାରଣ ସଂପାଦକ
ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଅର୍ଥସଚିବ ଶ୍ରୀଯୁକ୍ତ ନନ୍ଦଲାଲ୍ ଅଗ୍ରୱାଲ, ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ଶୁଭାଶିଷ୍ କର, ମହିଳା ବାଲ ବିକାଶ ସଚିବ ଶ୍ରୀମତୀ ସୁପ୍ରୀତି ରଥ । ପ୍ରାନ୍ତିୟ ସଭାପତି ସତ୍ୟବାଦୀ ଦାଶ, ସଂପାଦକ ପି.କେ ମହାରଣା , ଅର୍ଥ ସଚିବ ଦୁଃଖୀଶ୍ୟାମ୍ ଦାଶ,ସଂଗଠନ ସଚିବ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳାଇ, ଆୟୋଜକ ଶାଖା ଭାରତ ବିକାଶ ପରିଷଦ, ଶ୍ରୀଜଗନ୍ନାଥ ଧାମ ଶାଖା, ପୁରୀର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର, ସଂପାଦକ ସୌମେନ୍ଦ୍ର ଦାସ, ଅର୍ଥ ସଚିବ ନିମାଇଁ ଚରଣ ସାହୁ ପ୍ରମୁଖ ସଭାମଞ୍ଚରେ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଶ୍ରୀଯୁକ୍ତ ଶରତ ଜୟସିଂହ, ବୁଦ୍ଧଦେବ ମହାପାତ୍ର, ପିତାମ୍ବର ମହାପାତ୍ର ।
କାର୍ଯ୍ୟକ୍ରମ ପରିରଳନା କରିଥିଲେ ଶ୍ରୀମତୀ ମୋନାଲିସା ପଟ୍ଟନାୟକ, ଜୟନ୍ତୀ ମହାପାତ୍ର, ଲାଲା ଅନନ୍ତ କୁମାର ସିଂହ, ଅଧ୍ୟାପିକା ଉର୍ମିଳା ସ୍ଵାଇଁ, ମୀରା ମହାରଣା, ଅନୁସ୍ଵୟା ମଙ୍ଗରାଜ, ରାଜେଶ୍ଵର ମହାରଣ, ଧନୁର୍ବର ମୁଦୁଲି, କୃଷ୍ଣଚନ୍ଦ୍ର ରଥ, ସନ୍ତୋଷ ମହାନ୍ତି,ମୁକ୍ତିକାନ୍ତ ଦାଶ, ସୋନାଲି ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ବ୍ରଜ ନାୟକ,ମନୋଜ ସାମନ୍ତରାୟ,ଜଗଦିଶ ଆଶ୍ଚର୍ଯ୍ୟ ଇତ୍ୟାଦି ।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ଭାରତ ବିକାଶ ପରିଷଦ ପୂର୍ବକ୍ଷେତ୍ର ଯଥା (ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା)ର ଛଅ ଗୋଟି ଦଳ । ଏହି ପ୍ରତିଯୋଗିତାରେ ବିଗ୍ଧରକ ଆସନ ଅଳଙ୍କୃତ କରିଥିଲେ ଓଡ଼ିଶାର ସୁନାମଧନ୍ୟ ସଂଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରୀମତୀ ଦୀପ୍ତିରେଖା ପାଢ଼ୀ ଓ ଶଶାଙ୍କ ଶେଖର ।
ପ୍ରତିଯୋଗିତାରେ ହିନ୍ଦୀ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କଲେ – ଡି.ପି.ଏସ୍, ରାଞ୍ଚି, ଝାଡ଼ଖଣ୍ଡ, ଦ୍ଵିତୀୟ ସ୍ଥାନ – ଡ଼ି.ପି.ଏସ୍,
କଳିଙ୍ଗ, କଟକ, ପୂର୍ବ, ଓଡ଼ିଶା, ତୃତୀୟ ସ୍ଥାନ – ବେଦିକ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ, ସମ୍ବଲପୁର, ପଶ୍ଚିମ ଓଡ଼ିଶା
ସଂସ୍କୃତ ଗୀତରେ – ପ୍ରଥମ ସ୍ଥାନ – ଡି.ପି.ଏସ୍., ରାଞ୍ଚି, ଝାଡ଼ଖଣ୍ଡ, ଦ୍ବିତୀୟ ସ୍ଥାନ- ଡି.ପି.ଏସ୍., କଳିଙ୍ଗ, କଟକ, ପୂର୍ବ ଓଡ଼ିଶା, ତୃତୀୟ ସ୍ଥାନ- ସି.ବି.ଏସ୍.ଇ. ପବ୍ଲିକ୍ ସ୍କୁଲ, ଗୋପାଳଗଞ୍ଜ, ଉତ୍ତର ବିହାର ଲୋଗ ଗୀତରେ – ପ୍ରଥମ ସ୍ଥାନ – ସି.ବି.ଏସ୍.ଇ. ପବ୍ଲିକ୍ ସ୍କୁଲ, ଗୋପାଳଗଞ୍ଜ, ଉତ୍ତର ବିହାର, ଦ୍ଵିତୀୟ ସ୍ଥାନ – ବେଦିକ୍ ଇଣ୍ଟରନ୍ୟାସ୍ନାଲ ସ୍କୁଲ, ସମ୍ବଲପୁର, ପଶ୍ଚିମ ଓଡ଼ିଶା, ତୃତୀୟ ସ୍ଥାନ – ଡ଼ି.ପି.ଏସ୍, କଳିଙ୍ଗ, କଟକ, ପୂର୍ବ, ଓଡ଼ିଶା ଶେଷରେ ଆୟୋଜକ ଶାଖାର ସଂପାଦକ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 24, 2024
November 24, 2024