
ନୂଆଦିଲ୍ଲୀ, କେନ୍ଦ୍ର ସରକାର ୨୨ ମେ’, ୨୦୨୨ ପୂର୍ବରୁ ପ୍ରଚଳିତ ସ୍ଥିତାବସ୍ଥାର ପୁନଃ ଲାଗୁ କରିଛନ୍ତି । ୫୮%ରୁ କମ୍ ଲୌହ ମାତ୍ରା ଥିବା ଲୁହା ପଥର ଲମ୍ପ୍ସ ଓ ଫାଇନ୍ସ, ଲୁହା ପଥର ପେଲେଟ ଏବଂ ପିଗ୍ ଆଇରନ୍ ସମେତ ନିର୍ଦ୍ଦିଷ୍ଟ ଇସ୍ପାତ ଉତ୍ପାଦରେ ଥିବା ରପ୍ତାନି ଶୁଳ୍କ ପ୍ରତ୍ୟାହାର କରି ନେଇଛନ୍ତି । ଆନ୍ଥ୍ରାସାଇଟ୍ / ପିସିଆଇ କୋଇଲା, କୋକିଂ କୋଇଲା, କୋକ୍ ଏବଂ ସେମି କୋକ୍ ଏବଂ ଫେରୋ ନିକେଲ୍ ଉପରୁ ଆମଦାନୀ ଶୁଳ୍କ ରିହାତି ମଧ୍ୟ ପ୍ରତ୍ୟାହାର କରାଯାଇଛି।