ଗଞ୍ଜାମ, ଏଡିଜି ସଞ୍ଜୟ କୁମାର (ଆଇପିଏସ୍) ଆଜି ଦକ୍ଷିଣାଚଂଳ ଗସ୍ତରେ ଆସି ବ୍ରହ୍ମପୁର ସ୍ଥିତ ଦକ୍ଷିଣାଚଂଳ ରେଞ୍ଜ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଦକ୍ଷିଣାଚଂଳର ସମସ୍ତ ଜିଲ୍ଲାର ନିର୍ମାଣ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ ।
ଏହି ସମୀକ୍ଷା ବୈଠକରେ ସାଉଥ ରେଞ୍ଜ ଅଧିନସ୍ଥ ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବିଶେଷ କରି ବିଭିନ୍ନ ପୁରୁଣା କୋଠାର ସ୍ଥିତି, ନୂତନ କୋଠାର ଆବଶ୍ୟକତା, ଥାନା, ବାରାକ୍ ଏବଂ ପୋଲିସ୍ କର୍ମଚାରୀଙ୍କ କ୍ଵାର୍ଟର୍ସ ଇତ୍ୟାଦି ବାବଦରେ ସମୀକ୍ଷା କରିଥିଲେ । ଏଥି ସହିତ ନିୟମିତ ଜନଶୁଣାଣି କରି ସମସ୍ୟାର ସମାଧାନ ପାଇଁ ତ୍ଵରିତ ପଦକ୍ଷେପ ନେବା, ଜନସାଧାରଣଙ୍କ ଅଭିଯୋଗକୁ ତୁରନ୍ତ ଏବଂ ସହାନୁଭୂତି ସହ ଶୀଘ୍ର ସମାଧାନ କରିବାକୁ ସେ ଜିଲ୍ଲା ଏସପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।