
ବଲାଙ୍ଗିର, ବଲାଙ୍ଗିର ଠିକାଦାର ପଡା ଠାରେ ଗାତ ୯ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ତୁଳସୀ ରାମାୟଣ ପାରାୟଣରେ ବଲାଙ୍ଗିର ମୁନିସିପାଲଟିର ନଗରପାଳ ଶ୍ରୀମତୀ ଲିକା ସାହୁ ଗତକାଲି ଅଷ୍ଟମ ଦିନରେ ଯୋଗଦେଇଥିଲେ। ସେ ଏଠାରେ ପୂଜା ପାଉଥିବା ପ୍ରଭୁଙ୍କ ଦର୍ଶନ କରି ପୂଜା କରି ସମସ୍ତଙ୍କର କଲ୍ଯାଣ କାମନା କରିଥିଲେ। କିଛି ସମୟ ରାମାୟଣ ପାରାୟଣ କଥା ଶ୍ରବଣ କରିବା ସହିତ ମହିଳା ଭକ୍ତ ମାନଙ୍କ ସହିତ ପ୍ରଭୁଙ୍କ ସଙ୍ଗୀତ ଓ ନୃତ୍ୟରେ ସାମିଲ ହୋଇଥିଲେ। ପଡା ବାସୀ ପୂର୍ବତନ କାଉନସିଲର ଧୃବ ଜୁଏଡଙ୍କ ନେତୃତ୍ବରେ ମହିଳା ମାନେ ତାଙ୍କୁ ସ୍ଵାଗତ କରିଥିଲେ, ଏହି ପାରାୟଣରେ ବ୍ୟାସ ରୂପରେ ପାଟଣାଗଡ଼ ଅଁଳା ଚୁଆଁ ର ରମାକାନ୍ତ ପଣ୍ଡା ନବଦିନ ବ୍ୟାପି ପୁରାଣ ପାଠ କରୁଛନ୍ତି। ମୁଖ୍ୟ କର୍ତ୍ତା ରୂପେ ବିଜୟ ମିଶ୍ର ଓ ତାଙ୍କର ପତ୍ନୀ ପ୍ରେମଲତା ମିଶ୍ର ଥିବାବେଳେ ପୂଜକ ଦେବରାଜ ମିଶ୍ର ଅଛନ୍ତି। ଗତକାଲି ଅଷ୍ଟମ ଦିନରେ ପହଞ୍ଚିଥିବା ରାମାୟଣ କଥାରେ ରାବଣ ବଧ ଓ ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ବର୍ଣନା ବେଳେ ବ୍ୟାସଙ୍କ ବୁଝାଉଥିବା ଶୈଳୀ ଶ୍ରୋତା ମାନଙ୍କୁ ମୁଗ୍ଧ କରିଥିଲା। ଆଜି ପାରାୟଣର ଶେଷ ଦିବସରେ ପ୍ରଭୁଙ୍କ ଅଭିଷେକ ହେବ। ସମଗ୍ର ପଡାରେ ବନବାସ ପରେ ପ୍ରଭୁଙ୍କୁ ଅଯୋଧ୍ୟାରେ ସ୍ଵାଗତ ପାଇଁ ଉତ୍ସବ ମୁଖର ହୋଇ ଉଠିଛି। ପ୍ରତି ଘର ଆଗରେ କଳସ ସ୍ଥାପନ କରି ସମସ୍ତେ ଅଯୋଧ୍ୟା ବାସୀ ପ୍ରଭୁ ଶ୍ରୀରାମଙ୍କୁ ପୂଜନ କରି ରାମ, ଲକ୍ଷ୍ମଣ, ସୀତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନାରେ ମୁଖରିତ।
ସମସ୍ତ କାର୍ଯ୍ୟକ୍ରମରେ ଦୁର୍ବାଦଳ ସ୍ଵାଇଁ, ବସନ୍ତ ସ୍ଵାଇଁ, ଅର୍ଜୁନ ପାତ୍ର, ବାବୁଲା ସାହୁ ପ୍ରମୂଖଙ୍କ ସହଯୋଗରେ ପାରାୟଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ଅନ୍ୟତମ ଅତିଥି ଭକ୍ତ ରୂପେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ବରିଷ୍ଠ ଆଇନଜ୍ଞ ଅମରେନ୍ଦ୍ର ମିଶ୍ର ଯୋଗଦେଇଥିଲେ।