
ଜୟପୁର, ଜୟପୁର ବ୍ଲକର ବିଭିନ୍ନ ପଂଚାୟତରେ ବିକାଶ ମୁଳକ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ ତାରା ପ୍ରସାଦ ବାହିନିପତି । ବ୍ଲକ କାଯ୍ୟାଳୟରେ ମିଶନ ଶକ୍ତି କାଫେ ଓ ତାଲିମ କେନ୍ଦ୍ର କୁ ବିଧାୟକ ବାହିନିପତି ଉଦଘାଟନ କରିଥିବା ବେଳେ ଟାଙ୍କୁଆ ରେ ଫେସିଲିଟି ସେଂଟର ଓ ମିଶନ ଶକ୍ତି ଷ୍ଟଲ, ଡଙ୍ଗରଛିିରେ ମାର୍କେଟ କମ୍ପେକ୍ସ, ମିଶନ ଶକ୍ତି ଷ୍ଟଲ, ବାଲିଆ ର ପାଲିଗୁଡା କମ୍ୟୁନିଟି ସେଣ୍ଟର, କୁନ୍ତୁରଖାଲରେ ମାର୍କେଟ କମ୍ପେକ୍ସ, ଘିଉରିରେ କମ୍ୟୁନିଟ ସେଣ୍ଟର, ବଡଜିଉନା ଫେସିଲିଟି ସେଂଟର, ଧନପୁର ରେ କଲ୍ୟାଣ ମଣ୍ଡପ ଉମୁରି ହାଇସ୍ଲୁଲ, କୁମୁଲିପୁଟ ମଜୁରାଗୁଡା ହାଇସ୍ଲୁଲ, ଜୟନ୍ତିଗିରି କମ୍ୟୁନିଟି ସେଂଟର , ପୁଜାରିପୁଟ ପାଚେରି ସହ ଫେସିଲିଟି ସେଂଟରକୁ ଉଦଘାଟନ କରିଛନ୍ତି । ବ୍ଲକର ୧୨ଟି ପଂଚାୟତରେ ୨୦ଟି ପ୍ରକଳ୍ପ କୁ ଉଦଘାଟନ କରିଛନ୍ତି ବିଧାୟକ ତାରା ପ୍ରସାଦ ବାହିନିପତି । ୨୦ଟି ପ୍ରକଳ୍ପ ୧ କୋଟି ୫୦ ଲକ୍ଷ ଟଙ୍କା ବିନିୟମରେ ନିର୍ମାଣ କରାଯାଇଛି ।
ଏହି ଉଦଘାଟନି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ତିଳତମା ମୁଦୁଲି, ବିଡିଓ ରାଜୀବ ଦାସ, ଏବିଡିଓ ମନୋଜ ନାୟକ, ସହକାରି ଯନ୍ତ୍ରୀ ବିଶ୍ୱନାଥ ପାତ୍ର ସହ ଜିଲା ପରିଷଦ ସଭ୍ୟା, ସରପଂଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।