ବଲାଙ୍ଗିର,ଚଳନ୍ତା ଟ୍ରେନ ଭିତରୁ କେବେ ବ୍ୟାଗ ଚୋରୀ ତ ପୁଣି କେବେ ପର୍ସ ଚୋରୀ କରୁଥିଲେ ଥିଲେ ଚୋର । ବିଶେଷ ଭାବରେ ରାତ୍ରୀ ସମୟରେ ଟ୍ରେନ ଭିତରେ ଯାତ୍ରୀ ମାନେ ଶୋଇଥିବା ସମୟରେ ଚୋରୀ କରୁଥିଲେ ଚୋର । ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁର ଦାଶରଥି ନାଗ ମୁନିଗୁଡାରୁ ଯାତ୍ରା ଆରମ୍ଭ କରି ରାଉରକେଲାକୁ ଯାଉଥିଲେ । ରାତି ୧୨ ଟା ୩୦ ରେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନଟି ପହଚିଂବା ପରେ ହଠାତ ତିନିଜଣ ଯୁବକ ଦାଶରଥିଙ୍କ ବ୍ୟାଗ ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଯାତ୍ରୀ ଜଣକ ବଲାଙ୍ଗିର ଆର.ପି.ଏଫ.ରେ ଲିଖିତ ଅଭିଯୋଗ କରିଥିଲେ । ଆର.ପି.ଏଫର ସ୍ଵତନ୍ତ୍ର ଟିମ ସିସି.ଟିଭି ଫୁଟେଜ ଯାଚଂ କରି ତଦନ୍ତ ଆରମ୍ଭ କରିଥିଲା । ରେଲୱେ ଷ୍ଟେସନ ଠାରୁ କିଛି ଦୂରରେ ତିନି ଜଣ ଯାକ ଲୁଟେରା ବ୍ୟାଗ ଖୋଲି ଟନ୍କା ଭାଗବଣ୍ଟା କରୁଥିବା ସମୟରେ ମାଡି ବସିଥିଲା ଆର.ପି.ଏଫ । ସେମାନଙ୍କ ଠାରୁ ଟଙ୍କା ସହିତ ବହୁ ମୂଲ୍ୟବାନ କାଗଜପତ୍ର ଉଦ୍ଧାର କରିଥିଲା ଆର.ପି.ଏଫ । ଗିରଫ ତିନି ଜଣ ହେଉଛନ୍ତି, ବଲାଙ୍ଗିର ସହର ଠିକାଦାର ପଡାର ସୁନାଧର ବରିହା, କଲେଜଛକର ରାଜେଶ ମେହେର ଏବଂ ସାଗରପଡାର ପ୍ରିତମ ଅଦାବରିଆ । ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଜଣାପଡିଛି । ଏମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି।
Related Stories
November 24, 2024