ଝାରସୁଗୁଡ଼ା :ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆପଦ ମିତ୍ର ମାନଙ୍କର ଜନସାଧାରଣଙ୍କୁ ସଚେତନ କରାଇବା ଓ ଧନ ଜୀବନ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଉଲ୍ଳେଖ କରିଛନ୍ତି । ରାଜ୍ୟ ଓ ଝାରସୁଗୁଡ଼ା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ପତ୍ରପାଲିସ୍ଥିତ
ଦକ୍ଷତା ବିକାଶ କେନ୍ଦ୍ରରେ ଆୟୋଜିତ ହେଉଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ସାମଲ ଆପଦ ମିତ୍ର ମାନେ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି । ଚଳିତ ନଭେମ୍ବର ୧୮ରୁ ଆଗାମୀ ବାର ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୁମ୍ଭାରବନ୍ଧ ଓ କୋଲାବିରା ମହାବିଦ୍ୟାଳୟର ଚାଳିଶ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ , ଆପଦ ମିତ୍ରମାନେ ବିପର୍ଯ୍ୟୟ ପରିଚାଳନାରେ କିଭଳି ସହଯୋଗିତା ଓ ସହଭାଗିତା ମାଧ୍ୟମରେ ନିଜ ନିଜର ଦାୟିତ୍ୱ ତୁଲାଇବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଡି ପି ଓ ଶୁସାନ୍ତ ମିଶ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଡେପୁଟି କଲେକ୍ଟର ପ୍ରତିମା ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ୍ରାଫରୁ ବଲବୀର ଥାପା, ପ୍ରେମ ବାହାଦୂର ଓ ବୁମ୍ ବାହାଦୂର ଥମାଙ୍ଗ , ଅଗ୍ନିଶମ ସେବା ବିଭାଗରୁ ପ୍ରତାପ ଏକ୍କା, ସ୍ୱାଧୀନ ସାହୁ ଓ ପ୍ରଶାନ୍ତ ସିରଦାର ଏବଂ ରାଉରକେଲା ସିଭିଲ ଡିଫେନ୍ସରୁ ପ୍ରମୋଦ ଦଳାଇ, ପ୍ରକାଶ କୁମାର ସିୟା ଓ ସୁମିତ ତିର୍କୀ ପ୍ରମୁଖ ବାର ଦିନ ବ୍ୟାପୀ ଆପଦମିତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।